Religion
ଶନିଶ୍ଚର ଦେବଙ୍କ ୧୪ତମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା

Your message has been sent
ଢେଙ୍କାନାଳ, ୧୨/୫: ଢେଙ୍କାନାଳ ସହର ଟାଉନ୍ ପ୍ଲାନିଂ ଅଫିସ୍ ଛକ ଠାରେ ଶନିଶ୍ଚର ଦେବଙ୍କ ୧୪ତମ ବାର୍ଷିକୋତ୍ସବ ଉପଲକ୍ଷେ ସ୍ଥାନୀୟ ବଡଜୋରା ଘାଟରୁ ପୂଜାର୍ଚ୍ଚନା କରାଯାଇ ୧୦୮ ମହିଳାମାନେ ବାଦ୍ୟ ଦ୍ଵାରା ସହର ପରିକ୍ରମା କରି କଳସ ଶୋଭାଯାତ୍ରା କରିଥିଲେ । ପରେ କଳସ ସ୍ଥାପନ ପରେ ଅଧୁବାସ ପୂଜା ଅରମ୍ଭ ହୋଇଥିଲା । ଉକ୍ତ ପୂଜା ତିନିଦିନ ଧରି ଚାଲିବା ସହିତ ଆସନ୍ତା ୧୪ ତାରିଖରେ ପୂର୍ଣାହୁତି ଅନୁଷ୍ଠିତ ହେବ । ମନ୍ଦିରର ପୂଜକ ନଗେନ୍ ଉଚ୍ଚ, ପୂଜକ ଯଜ୍ଞେଶ୍ବର ମିଶ୍ର, ଶ୍ରୀବସ ମିଶ୍ର ଓ ଦିବାକର ମିଶ୍ର ପୂଜା କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇଥିଲେ । କର୍ତା ଶେଷଦେବ ସାହୁ, କର୍ତୀ ସୁଦୀପ୍ତା ସାହୁ ଓ କମିଟର ସମସ୍ତ କର୍ମକର୍ତା ଏବଂ ସାହିବାସୀନ୍ଦାଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା