ଉତ୍କଳ କଳାକାର ଏକାଡେମୀ ତରଫରୁ ସ୍ୱାସ୍ଥ୍ୟସେବା ଶିବିର !!


ଭୁବନେଶ୍ୱର ::-ସ୍ୱାସ୍ଥ୍ୟ ହିଁ ସମ୍ପଦ ! ବିଶେଷ କରି ଋତୁ ବଦଳିବା ସହିତ ଆମ ମାନଙ୍କ ମଧ୍ୟରେ ବିଭିନ୍ନ ରୋଗ ମଧ୍ୟ ଋତୁ ଅନୁସାରେ ଶରୀର ରେ ଦେଖା ଦେଇଥାଏ ! ସେହି ପରି ଶୀତ ଋତୁର ଆଗମନରେ ହେଉଥିବା ରୋଗ ଗୁଡିକରୁ ସତର୍କ ହେବା ସହିତ କିପରି ଆମେ ଶରୀରର ଯତ୍ନ ନେଇ ପାରିବା ସେଥି ପାଇଁ ଉତ୍କଳ କଳାକାର ଏକାଡେମୀ ତରଫରୁ ବି.କେ ହସ୍ପିଟାଲ ଆନୁକୁଲ୍ୟରେ, କଲ୍ୟାଣପୁର ନିକଟସ୍ଥ ସ୍ୱସ୍ତିବନ ଠାରେ ଏକ ସୁନ୍ଦର ଚକ୍ଷୁ ଶିବିର ଏବଂ ଅସ୍ଥିଶଲ୍ୟ ଚିକିସ୍ଛା କରାଯାଇ ଥିଲା !ଏହି ଶିଶିର ରେ ପାଖାପାଖି ୧୦୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସିତ କରାଯାଇ ଥିଲା ଏବଂ ଉତ୍କଳ କଳାକାର ଏକାଡେମୀ ର ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ସ୍ୱାଇଁ ଙ୍କ ତତ୍ୱାବଧାନରେ ଆୟୋଜନ କରାଯାଇ ଥିଲା !ଏହି କାର୍ଯ୍ୟକ୍ରମ ରେ ଉତ୍କଳ କଳାକାର ଏକାଡେମୀ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ କୈଳାସ ନାୟକ,ନିସ୍ତାରିଣି ଦତ୍ତ,ରେଖା ରଥ ପ୍ରହରାଜ, ଆଡଭୋକେଟ୍ ଆଲୋକ କର, ସୁଭଦ୍ରା ମିଶ୍ର ଏବଂ ଡି.କେ ହସ୍ପିଟାଲ ର ଜେନେରାଲ ମ୍ୟାନେଜର ଡଃ ବିଷ୍ଣୁ ପ୍ରସାଦ ସାହୁ ଉତ୍କଳ କଳାକାର ଏକାଡେମୀ ରାଜ୍ୟ କମିଟି ରେ ସାମିଲ ହେଲେ ଏବଂ ଓଡ଼ିଶା ର ଗରିବ ଶ୍ରେଣୀର କଳାକାର ମାନଙ୍କୁ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଲେ !ଶେଷରେ ଉତ୍କଳ କଳାକାର ଏକାଡେମୀ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ କୈଳାସ ନାୟକ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ପରିସମାପ୍ତି କଲେ !!
ବ୍ୟୁରୋ ରିପୋର୍ଟ ସମର୍ଥ ସମାଚାର !!




