Breaking News

କଣ୍ଟାମାଳ ବ୍ଲକ ରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ । ମୋଟ ୯୨ଟି ଅଭିଯୋଗ ପଞ୍ଜିକୃତ

 

କଣ୍ଟାମାଳ, ୧୫/୧୨/୨୫(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମlଳ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି lଉକ୍ତ ଶିବିରରେ ସମୁଦାୟ ୯୨ଗୋଟି ଅଭିଯୋଗର ପଂଜିକରଣ ହୋଇଥିଲା | ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଓ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଆସିଥିବା ବିଭିନ୍ନ ଅଭିଯୋଗ ଗୁଡିକର ସମାଧାନ ଶୁଣାଣି କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ କୁମାର ଦଣ୍ଡସେନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜ଼ିଲ୍ଲା ଜରୁରୀ ଅଧିକାରୀ ତଥା ନୋଡାଲ ଅଫିସର ସୁଧର୍ମା ମଲ୍ଲିକ, କଣ୍ଟାମାଳ ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ,ବିଡ଼ିଓ ଶ୍ରୀମତୀ ସାମୀ ରେଡ୍ଡୀ ଜୟଶ୍ରୀ, ତହସିଲଦାର ଶ୍ରୀମତୀ ଶ୍ୱେତ ପଦ୍ମା ଯୋଶୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜୟ ମହନ୍ତ, ସିଡିପିଓ ପଙ୍କଜିନୀ ମିଶ୍ର, ଡାକ୍ତର ମହେନ୍ଦ୍ର କୁମାର ସଏ, ,ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଗୋବିନ୍ଦ ଚନ୍ଦ୍ର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଟ ଯନ୍ତ୍ରୀ ଇଂ ଶ୍ୟାମ ସୁନ୍ଦର ହେମ୍ରମ,ଗ୍ରାମ ପଂଚାୟତଉନ୍ନୟନ ଅଧିକାରୀ ଜ୍ଞାନ ରଞ୍ଜନ ପ୍ରଧାନ, ପ୍ରଧାନ, ଥାନାଧିକାରୀ ରଂଜିତ କୁମାର ମୁନି,ଏମ ଆଇ ବିଭାଗ ର ସହକାରୀ ଯନ୍ତ୍ରୀ ଇଂ ଧରଣୀ କିସାନ ଙ୍କ ସମେତ ସମସ୍ତ ବ୍ଲକ ସ୍ତରୀୟ ଏବଂ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଯୁଗ୍ମ ଜନ ଶୁଣାଣୀ ଶିବିରରେ ଉପସ୍ଥିତ ରହି ଆସିଥିବା ଅଭିଯୋଗ ଗୁଡିକର ଶୁଣାଣିରେ ସହଯୋଗ କରିଥିଲେ | ଆଜି ଆସିଥିବା୯୨ଅଭିଯୋଗ ମଧ୍ୟରୁ ୭୯ଗୋଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିବା ବେଳେ ୧୩ଗୋଟି ଅଭିଯୋଗ ଗୋଷ୍ଠୀ ଭିତ୍ତିକ ରହିଥିଲାଓ ୨୭ ଅଭିଯୋଗର ତତ୍କାଳ ସମାଧାନ କରା ଯାଇଥିଲା l ଜଣଙ୍କୁ ହୁଇଲ ଚେୟାର ଓ ଜଣଙ୍କୁ ରେଡ଼କ୍ରସ ରୁ ୩000ଟଙ୍କା ପ୍ରଦାନ କରାଯାଇଥିବାବେଳେ ୫ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button