Breaking News

କଣ୍ଟାମାଳ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ରାଲି ଓ ବିକ୍ଷୋଭ

କଣ୍ଟାମାଳ , ୧୫/୧୧/୨୦୨୫:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ସୋମବାର କଣ୍ଟାମାଳ ଜନସାଧାରଣ ଙ୍କ ପକ୍ଷରୁ ଏକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଆବାହକ ଯଦୁଵିହାରୀ ବାଘଙ୍କ ନେତୃତ୍ୱରେ କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରୁ ବିଭିନ୍ନ ଦାବି ସମ୍ପର୍କିତ ସ୍ଲୋଗାନ ସହ ଏକ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜନଶୁଣାଣୀ ପାଇଁ ବ୍ଲକକୁ ଆସିଥିବା ଜିଲ୍ଲାପାଳ ବୌଦ୍ଧ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆମ୍ଭ ଅଂଚଳର ଏକ ପ୍ରମୁଖ କେନ୍ଦ୍ର ଅଟେ । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ କଣ୍ଟାମାଳ ବ୍ଳକ୍ ସହିତ ତରଭା, ବାଲିଗୁଡା, କନ୍ଧମାଳ ଭଳି ବିଭିନ୍ନ ବ୍ଳକ୍‌ ର ହାରାହାରି ୧.୫ ଲକ୍ଷ ଲୋକ ନିର୍ଭରଶୀଳ ଅଛନ୍ତି । ସରକାରୀ ସ୍ବୀକୃତି ଅନୁଶାରେ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ସହିତ ୭ଜଣ ଡାକ୍ତର ରହିବା କଥା, କିନ୍ତୁ ବିଡମ୍ବନା ଏବେ ମାତ୍ର ୪ (ଚାରି) ଜଣ ଏମ୍.ବି.ବି.ଏସ୍. ଡାକ୍ତର କାର୍ଯ୍ୟରତ ଅଛନ୍ତି ଏବଂ ସେଥି ମଧ୍ୟରୁ ୨ (ଦୁଇ) ଜଣ ଡାକ୍ତର ଅନ୍ୟତ୍ର ଯିବା ପାଇଁ ସରକାରୀ ଚିଠି ପହଂଚି ସାରିଛି । ଦୁଇଜଣଙ୍କ ମଧ୍ୟରୁ ଅଂଚଳର ରୋଗୀମାନଙ୍କ ଭାଗ୍ୟ ନିଅନ୍ତା ସାଜିଥିବା ଭାରପ୍ରାପ୍ତ ମେଡିକାଲ ଅଫିସର ଡକ୍ଟର ଜଗଦୀଶ ସେଠି ଙ୍କ ଉଚ୍ଚଶିକ୍ଷା ପାଇଁ ଯିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି l ଅଂଚଳର ସ୍ବାସ୍ଥ୍ୟ ରକ୍ଷା ଦୃଷ୍ଟିରୁ ଅତିଶିଘ୍ର ସ୍ଥାୟୀ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟାନ୍ୟ ଡାକ୍ତର ଙ୍କ ସୁବିଧା କରାଯିବା ସହିତ ଆମ କଣ୍ଟାମାଳ ଦାକ୍ତରଖାନାକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାର ମାନ୍ୟତା ପ୍ରଦାନ କରାଯାଇ ଦିବା ରାତ୍ରୀ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବା ଆଦି ଦାବି ସମ୍ପର୍କିତ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି l ସରକାର ଯଥାଶୀଘ୍ର ଡାକ୍ତର ଯୋଗାଇ ନଦେଲେ ଆଗାମି ଦିନରେ ରାଜରାସ୍ତାକୁ ଓହ୍ଲେଇ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ଆବାହକ ଶ୍ରୀ ବାଘ ଓ ଜନସାଧାରଣ ଚେତାବନୀ ଦେଇଛନ୍ତି ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button