ନେଳିଆ ପଞ୍ଚାୟତ ରେ ବିଜେପି ଦଳ ପକ୍ଷରୁ ମନକିବାତ ଓ ଜନକଲ୍ୟାଣ ଅଭିଯାନ କାର୍ଯ୍ୟକ୍ରମ।


ଛତିଆ ୩୧/୮(ଆ ପ୍ର )-ବଡ଼ଚଣା ବ୍ଲକ ଅନ୍ତର୍ଗତ ନେଳିଆ ପଞ୍ଚାୟତ ବିଜେପି ପକ୍ଷରୁ ସରକାର ଙ୍କ ମନକିବାତ କାର୍ଯ୍ୟକ୍ରମ ଓ ଜନକଲ୍ୟାଣ ଅଭିଯୋଗ ଯୋଜନା ଆରମ୍ଭ ହୋଇଛି। ନେଳିଆ ଗ୍ରାମରେ ମନକିବାଟ ଯୋଜନା ସମ୍ପର୍କ ରେ କର୍ମୀମାନେ ଶୁଣିବାପରେ ଏକ ଶୋଭାଯାତ୍ରା ରେ ଆସି ବିଦ୍ୟଧରପୁରଠାରେ ପୂର୍ବତନ ମଣ୍ଡଳ ସଭାପତି ବିକାଶ ମହାପାତ୍ର ଙ୍କ ସଭାପତି ତ୍ୱରେ ଜନକଲ୍ୟାଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ଅମର କୁମାର ନାୟକ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିକାଶ ମୂଳକ ଯୋଜନା ଆଜି ରାଜ୍ୟ ବାସୀ ବୁଝି ଲେଣି, ସବୁବର୍ଗ ର ଜନସାଧାରଣ ଉପକୃତ ହେଉଛନ୍ତି, ଗ୍ରାମାଞ୍ଚଳ ର ଉନତି ପାଇଁ ବହୁ ଯୋଜନା ମାନ ଆସିଅଛି ଆମେ ମାନେ ସହଯୋଗ କରିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମ ରେଜିଲ୍ଲାସଭାପତି ଦେବଯାନୀ ପ୍ରଧାନ, ସମିତି ଅଧକ୍ଷା ମିନତୀ ସେନାପତି, ଉପାଦକ୍ଷ ବିଭାସ ନନ୍ଦ, ଜିଲ୍ଲାପରିଷଦ ସଦସ୍ୟ ଅରବିନ୍ଦ ସାମଲ, ସରପଞ୍ଚ ରଞ୍ଜନ ଦାସ, ଯଯାତି ରାଉତ, ବେଣୁଧର ବିଶ୍ୱାଳ, ବିଶ୍ଵବିଜୟୀ ବ୍ରହ୍ମ, ପ୍ରମୁଖ ଯୋଗଦେଇ ଏହି ଯୋଜନା କୁ କାର୍ଯ୍ୟକାରୀ କରିବାକୁ କହିଥିଲେ। ଏଥିରେ ପଂଚାୟତ ସଭାପତି ଅଜୟ ନାଥ, ମାନସ ବେହେରା,ରଞ୍ଜନ ବେହେରା, ଉମେଶ ସାମଲ, ରମାକାନ୍ତ ବାଇ, ଗୌରାଗ ପାତ୍ର, ପ୍ରିୟମ୍ବଦା ଖୁଣ୍ଟିଆ, ହୃଷିକେଶ ବେହେରା, ନିରଞ୍ଜନ ପରିଡା, ଚନ୍ଦ୍ରମଣି ରାଉତ, ଆଶୁତୋଷ ପ୍ରଧାନ, ବାବନ ପାଲ, ପ୍ରମୋଦ ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।ବଡ଼ଚଣା ରୁ କାର୍ତିକ ରାଉତ ଙ୍କ ରିପୋର୍ଟ ସମର୍ଥ ସମାଚାର,




