Breaking News

ଗଡ଼ତଳ ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସନ୍ଥପଡା ର ନୂତନ ଶ୍ରେଣୀ ଗୃହ ଉଦଘାଟନ

ତାଳଚେର ୧୫/୧୨ ରିଖ ସୋମବାର ଦିନ ଗଡ଼ତଳ ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ବିଧାୟକଙ୍କ ପାଣ୍ଠି ରୁ ୯ ଲକ୍ଷ ୯୦ ହଜାର ଅର୍ଥ ରାଶିରେ ନିର୍ମିତ ହୋଇଥିବା ଏକ ଅତିରିକ୍ତ ନୂତନ ଶ୍ରେଣୀ ଗୃହ ଉଦଘାଟିତ ହୋଇଯାଇଅଛି | ଉକ୍ତ ଉଦଘାଟନ ଅବସରରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ ନୂତନ ଶ୍ରେଣୀ ଗୃହକୁ ଉଦଘାଟନ କରି ଗୃହ ପ୍ରବେଶ କରିଥିଲେ | ଉକ୍ତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ତାଳଚେର ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ହେମଲତା ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ଆଞ୍ଚଲ ପ୍ରଧାନ, ଜୋନ ୨୧ ର ଜିଲ୍ଲାପରିଷଦ ସଭ୍ୟ ଶ୍ରୀମତୀ ସତ୍ୟଭାମା ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶୁଶାନ୍ତ ବରାଳ, ଏବଂ ନିକଟସ୍ଥ ଚାରିଗୋଟି ଗ୍ରାମ ପଞ୍ଚାୟତ ମାନଙ୍କର ସରପଞ୍ଚ ଓ ସମିତି ସଭ୍ୟା ଯଥା ସନ୍ଥପଡା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସହଦେବ ସାହୁ ଏବଂ ସମିତି ସଭ୍ୟା ଶ୍ରୀମତୀ ବୈଜୟନ୍ତୀ ମହାନ୍ତି, ଗୁରୁଜାଙ୍ଗୁଲି ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଲିନା ସାହୁ, ସମିତି ସଭ୍ୟା ରୁନୁ ସିଂ, ଜଗନ୍ନାଥପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଶୁଭଶ୍ରୀ ଦେବତା, ସମିତି ସଭ୍ୟା ଶ୍ରୀମତୀ ବିନତି ପରିଡା, ବନ୍ତୁଲ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଜୟନ୍ତିଲତା ପ୍ରଧାନ, ସମିତି ସଭ୍ୟା ଶ୍ରୀମତୀ ଅମ୍ରିତା ପାଣି ତଥା ସ୍ଥାନୀୟ ବହୁ ଯୁବକ, ବୟସ୍କ ତଥା ବୁଦ୍ଧିଜୀବୀ ଗଣ ଉପସ୍ଥିତ ରହିଥିଲେ | ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ପାଇକରାୟ ଅତିଥି ମାନଙ୍କୁ ସୁସ୍ୱାଗତ କରିଥିଲେ | ବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀଗଣ ନୂତନ ଶ୍ରେଣୀଗୃହ ଉଦଘାଟନ ଉତ୍ସବରେ ଉପସ୍ଥିତ ରହି ଗୃହ ପ୍ରବେଶ ସମୟରେ ଜୟ ଜଗନ୍ନାଥ ମନ୍ତ୍ରଧ୍ୱନି ଉଚ୍ଚାରଣ କରି ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲେ |

Related Articles

Back to top button