Breaking News
ତୁରକେଲ ସେତୁ ନିର୍ମାଣ ପାଇଁ କଳାହାଣ୍ଡି ଜିଲ୍ଲା କଂଗ୍ରେସ ତରଫରୁ ଗଣ ଧାରଣା

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ଠାରୁ ରାୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ ତୁରକେଲ୍ ସେତୁ ଆଂଶିକ ଭାଙ୍ଗି ଥିବାରୁ ଦୁଇ ମାସରୁ ଉର୍ଦ୍ଧ୍ବ ହେବ ଚାରି ଚକିଆ ରୁ ଉର୍ଦ୍ଧ ଯାନ ବାହାନ ଯିବା ଆସିବା ପାଇଁ କଟକଣା ଜାରୀ ରହିଛି। ଫଳରେ ଲୋକେ ଯିବା ଆସିବା କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭବାନୀ ପାଟଣା କୁ ବିଭିନ୍ନ କାମରେ ଆସିବାକୁ ହେଲେ 50 ରୁ 60 କିଲୋ ମିଟର ବୁଲିବାକୁ ପଡୁଛି। କଲେଜ ଛାତ୍ର ଛାତ୍ରୀ ଏହି ରାସ୍ତା ଦେଈ ବସରେ ଯିବା ଆସିବା କରୁଥିଲେ କିନ୍ତୁ ସେତୁ ମରାମତି ନ ହେବାରୁ ଯିବା ଆସିବା ପାଇଁ ବହୁତ ସମସ୍ୟା ହେଉଛି।ବିଭାଗୀୟ ଅଧିକାରୀ ସେତୁ ପରିଦର୍ଶନ କରି ଫେରି ଯାଇଛନ୍ତି, ହେଲେ ତାର ସମାଧାନ ଉପରେ ଗୁରୁତ୍ବ ପ୍ରଦାନ ଦେଉ ନ ଥିବା ଜଣା ପଡ଼ିଛି। ଯଥା ଶୀଘ୍ର ସେତୁ ମରାମତି କରିବା ପାଇଁ କଳାହାଣ୍ଡି ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଦିବାରାତ୍ର ଧାରଣା ଦେଇଛନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର




