କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲାପାଳ ସମ୍ମୁଖରେ 18 ଜଣ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ବ୍ୟାଟେରୀ ଚାଳିତ ରିକ୍ସା ପ୍ରଦାନ କରାଗଲା

କଳାହାଣ୍ଡି ଜିଲ୍ଲା ର ସମସ୍ତ ବ୍ଲକ୍ ତଥା ପୌରପାଳିକା ଓ ଏନ ଏ ସି ରୁ ଜଣେ ଲେଖା ହିତାଧିକାରୀଙ୍କୁ ଚୟନ କରା ଯାଇ ବ୍ୟାଟେରୀ ଚାଳିତ ରିକ୍ସାପ୍ରଦାନ କରାଯାଇଛି। ଶ୍ରୀ ବିରେନ୍ଦ୍ର କୁମାର କହଁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ଜିଲ୍ଲା ର ଗୋଷ୍ଠୀ ସାମଜିକ ସୁରକ୍ଷା ଅଧିକାରୀ ଗଣ ଉପସ୍ଥିତ ଥିବାବେଳେ ପତାକା ଦେଖାଇ ଜିଲ୍ଲାପାଳ ଶ୍ରୀ ସଚିନ ପାୱାର ପ୍ରକାଶ ଯୋଜନା ର ଶୁଭାରମ୍ଭ କରିଥିଲେ। ବ୍ୟାଟେରୀ ଚାଳିତ ରିକ୍ସା ପାଇବା ପରେ ହିତାଧିରୀମାନେ ବହୁତ୍ ଖୁସି ବ୍ୟକ୍ତ କରିଥିଲେ ଓ ଏହା ତାଙ୍କ ଜୀବନ ଜୀବିକା ରେ ସହାୟକ ହୋଇ ପାରିବ ବୋଲି ପ୍ରକାଶ କରି ଥିଲେ। ଦିବ୍ୟାଙ୍ଗ ମାନଙ୍କ ପାଇଁ ଅକ୍ଷମତା ର ଚିହ୍ନ ନୁହେଁ ବରଂ ସମସ୍ତ ଦୀବ୍ୟାଙ୍ଗ ନିଜ ନିଜର କ୍ଷମତା କୁ ନେଇ ଗର୍ବ ଅନୁଭବ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବାସହୁ ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ, ସମସ୍ତ ଦିବ୍ୟାଙ୍ଗ ମାନଙ୍କ ପାଇଁ ମିଷ୍ଟନ ବଣ୍ଟନ ହୋଇଥିଲା ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ