ସାବିତ୍ରୀ ବ୍ରତ ପାଳିତ

ହରଭଙ୍ଗା 6/6/24(ଚିତ୍ତ ରଞ୍ଜନ ସିଂ )ସାବିତ୍ରୀବ୍ରତ ହେଉଛି ହିନ୍ଦୁ ମାନଙ୍କ ଏକ ମୁଖ୍ୟ ପର୍ବ। ପୁରାଣ ଶାସ୍ତ୍ର ଅନୁସାରେ ମହାସତୀ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କୁ ଏହି ବ୍ରତ ଉପାସନା କରି ଯମରାଜ ଙ୍କ ନିକଟରୁ ଜୀବିତ କରି ଫେରାଇ ଆଣିଥିଲେ। ପୁରାଣ ର ସେହି ସ୍ମୃତି କୁ ବଜାୟ ରଖିବା ପାଇଁ ଭାରତ ବର୍ଷ ରେ ଏହି ସାବିତ୍ରୀ ବ୍ରତ କୁ ପାଳନ କରାଯାଇଥାଏ। ଏହି ପର୍ବ ସାଧାରଣତଃ ହିନ୍ଦୁ ସମ୍ପ୍ରଦାୟ ର ସଧବା ନାରୀ ମାନେ ପାଳନ କରିଥାନ୍ତି। ନିର୍ଜଳ ଉପବାସ ସହିତ ନିଜ ସ୍ୱାମୀ ର ଦୀର୍ଘାୟୁ କାମନା କରି ସଧବା ନାରୀ ମାନେ ଏହି ପର୍ବ ପାଳନ କରିଥାନ୍ତି।ଫଳ,ମୂଳ, ଶଙ୍ଖା ଚୁଡ଼ି, ସିନ୍ଦୁର, ଶାଢ଼ୀ ନେଇ ସଧବା ନାରୀ ମାନେ ଏହି ପୂଜା କରିଥାନ୍ତି। କାହିଁ କେଉଁ ଆବାହନ କାଳରୁ ଏହି ପରମ୍ପରା ଲାଗିରହିଛି। ସେହିପରି ହରଭଙ୍ଗା ବ୍ଲକ ର ବିଭିନ୍ନ ଜାଗାରେ ମଧ୍ୟ ଏହି ପର୍ବ ପାଳିତ ହୋଇଯାଇଛି। ବିଭିନ୍ନ ମନ୍ଦିର ମାନଙ୍କରେ ମହିଳା ମାନେ ଯାଇ ପୂଜାର୍ଚନା କରୁଥିବାର ଦେଖିବାକୁ ମିଳିଥିଲା।ମହିଳା ମାନେ ଫଳମୂଳ, ଶଙ୍ଖା, ସିନ୍ଦୁର, ନୂଆବସ୍ତ୍ର ଧରି ପୂଜା କରୁଥିବାର ଦେଖିବାକୁ ମିଳିଥିଲା।