Breaking NewsReligion

ବିବେକାନନ୍ଦ ହୋତା ଙ୍କୁ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଆବାହକ ଭାବେ ସମ୍ବର୍ଦ୍ଦନା !!

ତିର୍ତ୍ତୋଲ ::-ଅସାଧାରଣ ଭାବରେ ବଢିଚାଲିଛି ମଣିଷଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ରେ ଅପମିଶ୍ରଣ କାରବାର !ପ୍ରଶାସନିକ କ୍ଷେତ୍ରରେ ଯଦିଓ କେତେକାଂଶରେ ଧରପଗଡ଼ ଦ୍ୱାରା ଅପମିଶ୍ରଣ କୁ ଲୋକ ଲୋଚନ କୁ ଅଣାଯାଇ ପାରିଛି ! ତାହା ନଦୀ ବାଲିରୁ ମୁଠାଏ ଧରିବା ପରି ମନେହେଉଛି !ସାଧାରଣ ଭାବେ କହିବାକୁ ଗଲେ,ପେଟ୍ରୋଲ ଡିଜେଲ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରିରେ ଅପମିଶ୍ରଣ ର ସୁରାକ ସମାଜର କଳଙ୍କ ପାଲଟିଛି ! ଏହାର କାରଣ ଜନ ସଚେତନତାର ଅଭାବ !ଜାଗ ଗ୍ରାହକ ଜାଗ, ଅପମିଶ୍ରଣ ଏକ ରୋଗ ନ୍ୟାୟରେ ଆମକୁ ସଚେତନ ହେବାର ଅଛି !ଏସବୁକୁ ରୋକିବାକୁ ସାରା ରାଜ୍ୟରେ ନିଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ନାମରେ ଏକ ସଂସ୍ଥା ର ଆଗମନ ହୋଇସାରିଛି !ଏହି ଅନୁଷ୍ଠାନର ରାଜ୍ୟ ଆବାହକ ଭାବରେ ତିର୍ତ୍ତୋଲର ଯୁବ ସମାଜସେବୀ ବିବେକାନନ୍ଦ ହୋତାଙ୍କୁ ନିୟୋଜିତ କରାଯାଇ ଥିବାରୁ, ଜିଲ୍ଲା ତରଫରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଦିତ ଓ ସୁଭେତ୍ସା ଦିଆଯାଇଛି ! ଏହି ଉପଲକ୍ଷେ ତିର୍ତ୍ତୋଲ ର ଆନନ୍ଦମଣ୍ଡପ ସଭାଗୃହରେ ଏକ ବୈଠକ ଆୟୋଜିତ ହୋଇଥିଲା !ଏହି ବୈଠକରେ ଆମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ପ୍ରିନ୍ସପାଲ ଜ୍ଞାନଜ ସାମନ୍ତରାୟ, ପୂର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ଦେବ ପ୍ରସାଦ ମହାନ୍ତି, ପରିଷଦର ରାଜ୍ୟ ସ୍ତରୀୟ ଉପସଭାପତି ଶରତ କୁମାର ଦାଶ, ଅବସରପ୍ରାପ୍ତ ଶିକ୍ଷାଧିକାରୀ ପବିତ୍ର କୁମାର କର, ପରିଷଦର ମହିଳା ସଭାପତି ସ୍ନେହମୟୀ ଆଚାର୍ଯ୍ୟ ! ବୈଠକ ପରିଚାଳନା ପଣ୍ଡିତ ଡଃ. ସିଦ୍ଧେଶ୍ବର ପଣ୍ଡା କରିଥିବା ବେଳେ, ବୈଠକ ଉଦଘାଟନ କରିଥିଲେ ପଣ୍ଡିତ ଶିଶିର କୁମାର ପଣ୍ଡା !ବେଦ ମନ୍ତ୍ରର ଉଚ୍ଚାରଣ ମଧ୍ୟରେ ଶ୍ରୀଯୁକ୍ତ ବିବେକାନନ୍ଦ ହୋତାଙ୍କୁ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ବର୍ଦ୍ଦିତ କରିଥିବାର ଦେଖିବାକୁ ମିଳିଥିଲା !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button