Country

ବଡ଼ବଡ଼ୁଆ ହୋ…. ଅନ୍ଧାରରେ ଆସି ଆଲୁଅରେ ଯାଅ

Go back

Your message has been sent

Warning
Warning
Warning
Warning

Warning.

Go back

Your message has been sent

Warning
Warning
Warning
Warning

Warning.

ତିର୍ତ୍ତୋଲ ::- ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ସନାତନ, ଦୀପଂ ଜ୍ୟୋତି ହରମେ ପାପଂ, ସଂଧ୍ୟା ଦୀପଂ ନମଃସ୍ତୁତେ ! ଅଗଣିତ ବ୍ୟକ୍ତି ମାନଙ୍କୁ ଆଲୋକର ପର୍ବ ଦୀପାବଳୀର ସୁଭେତ୍ସା ! ଆଜି ପ୍ରତିଟି ହୃଦୟରେ ଦୀପାବଳୀ ଅଫୁରନ୍ତ ଆନନ୍ଦ ନେଇ ଆସିଛି ! ଗାଆଁ ଠାରୁ ସହର ସମସ୍ତଙ୍କ ପାଇଁ ଦୀପାବଳି ର ବାଣ ଫୁଟେଇବା ମଜା ସବୁଠୁ ନିଆରା ! ଗାଆଁ ରେ କାଉଁରିଆ କାଠି ଜଳେଇ ବଡ଼ବଡ଼ୁଆ ଡାକକୁ ବାଣ ଫୁଟା, ଓଃ କି ମଜା ଭରିଦିଏ ସତେ !

ଏହି ବଡ଼ବଡ଼ୁଆ ଡାକିବାକୁ କିଛି ଆବଶ୍ୟକ ପଦାର୍ଥ ଯଥା କଣ୍ଟି ଫୁଲ, କକଉଆ ଫୁଲ, ଶୁଆନଇ ଫୁଲ, ବାଳୁଙ୍ଗା ଫୁଲ, କାଉଁରିଆ କାଠି ଇତ୍ୟାଦି ଯୋଗାଡ କରାଯାଇ ଥାଏ ! ତାପରେ ମଝି ଦୁଆରେ ଗୋବରରେ ଲିପା ଯାଇ ନାନା ଜାତିର ଫୁଲ ସହିତ ସଜା ଯାଇ ଧୂପ ଦୀପ ନୈବେଦ୍ୟ ସମୂହ ସମର୍ପଣ କରାଯାଏ ! କାଉଁରିଆ କାଠି ସାହାଯ୍ୟରେ ଅଗ୍ନୀ ସଂଯୋଗ କରି ବଡବଦିଆଙ୍କୁ ଆହ୍ୱାନ କରି କହିଥାନ୍ତି ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସ, ଆଲୁଅରେ ଯାଅ, ଗଙ୍ଗା ଯାଅ ଗୟା ଯାଅ, ଶ୍ରୀପୁରୁଷୋତ୍ତମ ଯାଇ ବାଇଶି ପାହାଚେ ଗଡ଼ଗଡଉ ଥାଅ ! ସାତବାର ଏହିପରି କହିସାରିଲା ପରେ କାଉଁରିଆ କାଠିରେ ତିଆରି ହୋଇଥିବା କାଣ୍ଡରେ ଅଗ୍ନି ଲଗାଇ ବଡ଼ବଡୁଆଙ୍କ ନାମରେ ଚତୁଃର୍ଦିଗକୁ ଫିଙ୍ଗା ଯାଇଥାଏ ! ଏହି ବିଧିକୁ ମଉଳାଦିଆ ମଧ୍ୟ କହିଥାନ୍ତି !ଏହି ଦିନ ଶ୍ୟାମା କାଳୀପୂଜା ମଧ୍ୟ ଅନୁଷ୍ଠିତ ହୁଏ ! ମା’ କାଳୀ ଙ୍କର ଷୋଡଶ ଉପଚାର ପୂଜା, ଚଉଷଠି ଯୋଗିନୀ ପୂଜା ଆଦି ଯଥା ରୀତିନୀତି ରେ ଅନୁଷ୍ଠିତ ହୁଏ ! ଜଗତସିଂହପୁର ଜିଲ୍ଲାର ପ୍ରତି ପୁରପଲ୍ଲୀରେ ବଡ଼ବଡ଼ୁଆ ହୋ ଡାକ ଓ ହୁଳହୁଳି ଶବ୍ଦରେ ଗାଁ ଦାଣ୍ଡ ଘର ଅଗଣା ଉଛୁଳି ଉଠିଛି ! ସରକାରଙ୍କ କଟକଣା ଥିଲେ ବି ବିଭିନ୍ନ ବାଣରେ ଦୀପାବଳୀର ଭରପୁର ଆନନ୍ଦ ନେଇଛନ୍ତି ସମସ୍ତେ ! ଓଡ଼ିଶାର ପାର୍ବପର୍ବାଣି ମଧ୍ୟରୁ ଏହା ପ୍ରମୁଖ ପୂଜାପର୍ବ ହୋଇଥିବାରୁ ଏହା ସର୍ବତ୍ର ପାଳନ କରାଯାଇ ଥିବାର ଜଣାପଡିଛି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button