Country

ନୂଆ ବର୍ଷରେ “ନିସ୍ଵାର୍ଥ ସେବା ସଂଗଠନ ” ର କମ୍ବଳ ବଣ୍ଟନ ଓ ପ୍ରୀତି ଭୋଜନ !!

ଜଗତସିଂହପୁର ::-ନୂତନ ବର୍ଷ ୨୦୨୫ କୁ କିଏ କେତେ ରଙ୍ଗଢଙ୍ଗରେ ପାଳନ କରୁଥିବା ବେଳେ,ଜଗତସିଂହପୁର ନିକଟସ୍ଥ ନୂଆପୋଲ ର ସିଂହାରପୁରସ୍ଥିତ ଚିତ୍ରକୂଟ ଆଶ୍ରମ ପରିସରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା !ମାନବସେବାକୁ ମାଧବ ସେବା ଭାବେ ଅଙ୍ଗିକାର କରି ସେବାକ୍ଷେତ୍ରରେ ସମଗ୍ର ରାଜ୍ୟରେ ସେବା ଅଭିଯାନ କୁ ନୂଆ ଦିଗ ପ୍ରଦାନ କରିଥିବା “ନିସ୍ଵାର୍ଥ ସେବା ସଂଗଠନ ଚାରିଟେବୁଲ ଟ୍ରଷ୍ଟ ” ତରଫରୁ ଅସହାୟ, ଅବହେଳିତ, ଭିନ୍ନକ୍ଷମ ଓ ଦରିଦ୍ର ବୃଦ୍ଧବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହିତ ଦୁଇ ଶହରୁ ଅଧିକ ବ୍ୟକ୍ତିଙ୍କୁ ପ୍ରୀତି ଭୋଜନ ରେ ଆପ୍ୟାୟିତ କରି ଥିବାର ଦେଖିବାକୁ ମିଳିଥିଲା !ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସମସ୍ତ କାର୍ଯ୍ୟକ୍ରମ କୁ ନିଜ ତତ୍ୱାବଧାନରେ ଏକ ନିଆରା ପରମ୍ପରା ରେ ଆୟୋଜନ କରିଥିବା ବେଳେ ସଂସ୍କୃତି ସମ୍ପନ୍ନ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରିଥିଲେ !ସବୁଠୁଁ ନିଆରା ଥିଲା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଦିତ କରାଇବା ! ଯାହାକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା ସହିତ ଚର୍ଚ୍ଚାର ବିଷୟ ପାଲଟିଛି !ଖବରରୁ ପ୍ରକାଶ ଯେ,ଇଂରାଜୀ ନବବର୍ଷ ୨୦୨୫ ର ପ୍ରଥମ ଦିନ ରେ ଜଗତସିଂହପୁର ଜିଲ୍ଳା ର ନୂଆପୋଲ ଠାରେ ଥିବା ଚିତ୍ରକୁଟ ଆଶ୍ରମ ପରିସରରେ “ନିଃସ୍ଵାର୍ଥ ସେବା ସଂଗଠନ ଚାରିଟେବୁଲ ଟ୍ରଷ୍ଟ,”ର ପ୍ରତିଷ୍ଠାତା ସଭାପତି ଓ ସଂଗଠନ ର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଆୟୋଜିତ ନବବର୍ଷ ପାଳନର ଭିନ୍ନ ଏକ ପରମ୍ପରା ଜଗତସିଂହପୁର ଅଞ୍ଚଳରେ ଉଚ୍ଚ ପ୍ରଶଂସନୀୟତା ଲାଭ କରି ପାରିଛି !ଜିଲ୍ଲା ବାହାରୁ ଆସିଥିବା ସାମାଜିକ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ମାନଙ୍କୁ ସମ୍ମାନ ଫଳକ, ଉତ୍ତରୀୟ ତଥା ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇ ଥିବା ବେଳେ, ସେଥିମଧ୍ୟରୁ,ଢେ଼ଙ୍କାନାଳ ଜିଲ୍ଲା, ହିନ୍ଦୋଳ ବ୍ଲକ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ କୁ ସମ୍ମାନିତ କରାଯାଇ ଥିଵା ବେଳେ,ସଂଗଠନ ର ଆଜୀବନ ସେବକ ପବିତ୍ର ମୋହନ ସାହୁଙ୍କୁ ମଞ୍ଚାସୀନ ଅତିଥି ମାନେ ସମ୍ମାନ ଫଳକ,ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଦିତ କରିଥିଲେ। ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ତଥା ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ ସଚେତକ ଏହିପରି କାର୍ଯ୍ୟକ୍ରମ ର ଆୟୋଜନ କୁ ଭୁୟସୀ ପ୍ରଶଂସା କରିବା ସହିତ ଅନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କାମନା ପୂର୍ବକ ଆନ୍ତରିକ ସାଧୁବାଦ ଜ୍ଞାପନ କରିଥିଲେ।”ମୋ ଗାଁ ମୋ ସମ୍ମାନ ଓଡ଼ିଶା ଆହ୍ଵାନ “ର ରାଜ୍ୟ ଆବାହକ ଶ୍ରୀଯୁକ୍ତ ପ୍ରଭାତ କୁମାର ବାରିକ ମଧ୍ୟ ଆୟୋଜକ ଅନୁଷ୍ଠାନର ସେବା କାର୍ଯ୍ୟ ଜନମଙ୍ଗଳ ନିମନ୍ତେ ନୂଆ ଆଶାର ଆଲୋକ ପ୍ରଦାନ କରୁଥିବାରୁ ନବବର୍ଷର ଶୁଭେଚ୍ଛା ସହିତ ଅଭିନନ୍ଦନ ଜଣାଇଥିଲେ।ପରିଶେଷରେ ନୂଆ ବର୍ଷପାଇଁ ସମସ୍ତେ ନିଜ ନିଜ ଭିତରେ ସୁଭେତ୍ସା ଜଣେଇ ଥିବାର ଦେଖିବାକୁ ମିଳିଥିଲା !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button