ସୋଲାର ପ୍ଲେଟ ଚୋରୀ ଅଭିଯୋଗରେ ଦୁଇ ଗିରଫ

କଣ୍ଟାମାଳ,୧୩।୧୨: ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୋଲିସ ମୋବାଇଲ ଟାୱାରରୁ ସୋଲାର ପ୍ଲେଟ ଚୋରୀ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ପ୍ରକାରେ କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ଅନ୍ତର୍ଗତ ଗଡ଼ଗଦିଆପଡ଼ାରେ ଥିବା ବିଏସଏନଏଲ ମୋବାଇଲ ଟାୱାରରୁ କିଛି ଦୁର୍ବୃତ୍ତ ସୋଲାର ପ୍ଲେଟ ଚୋରୀ କରିଥିବା ନେଇ କଣ୍ଟାମାଳ ଥାନାରେ ଗତ ମେ ମାସ ୧୨ତାରିଖରେ ଏକ ମାମଲା ରୁଜୁ ହୋଇଥିଲା l ଏନେଇ କଣ୍ଟାମାଳ ପୋଲିସ ତଦନ୍ତ ଜାରି ରଖିଥିଲା l ପ୍ରମାଣ ପରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି l ସେମାନଙ୍କ ନିକଟରୁ ୨ଟି ସୋଲାର ପ୍ଲେଟ ଉଦ୍ଧାର କରାଯାଇଛି ଓ ଟାୱାର ବିଭାଗକୁ ହସ୍ତାନ୍ତର କରାଯାଇଛି l ଅଭିଯୁକ୍ତ ଦ୍ବୟ ଉକ୍ତ ପଞ୍ଚାୟତର ଶିମିଳିଯୋରା ଗ୍ରାମର ଦେବଚରଣ ଘିଭେଲା ଓ ରାଧେଶ୍ୟାମ ରଣା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ଅଭିଯୁକ୍ତ ଦ୍ବୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଉଛନ୍ତି l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,