Country
ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ରନାଥ ପଣ୍ଡାଙ୍କ ଉପସ୍ଥିତରେ ବେଆଇନ ଗଞ୍ଜେଇ ଚାଷ ଉପରେ ଅଡବା,ମୋହନା ପୋଲିସ, ବନ କର୍ମଚାରୀ ଓ ଅବକାରୀ ବିଭାଗର ଚଢାଓ l

ମୋହନା :1/12(ସୁଵିତ କୁମାର ନାୟକ )ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମ ପଞ୍ଚାୟତର ସିକିଲିମା, ଗୁଞ୍ଜିପଦର ଓ ଗରଡ଼ ଗ୍ରାମରେ 82ଏକର ବେଆଇନ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରିଛନ୍ତି ଅଡବା,ମୋହନା ପୋଲିସ ସହ ଅବକାରୀ ବିଭାଗ। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ରନାଥ ପଣ୍ଡାଙ୍କ ନିର୍ଦ୍ଦେଶ କର୍ମେ ଓ ଆର. ଉଦୟଗିରି ଉପ ଆରକ୍ଷୀ ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 17କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବେଆଇନ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚାଷ ବ୍ୟାପକ ଭାବେ ନଷ୍ଟ କରାଯିବ ବୋଲି ଅଡବା ଓ ମୋହନା ଥାନ ପକ୍ଷରୁ ସୂଚନା ମିଳିଛି।