କଣ୍ଟାମାଳଠାରେ ଅଷ୍ଟମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସ ଖେଳରେ ଜେଏଫ୍ଏମହିମୁଣ୍ଡା କୁ ହରାଇ ଫୁଲବାଣୀ ସେମି ରେ

କଣ୍ଟାମାଳ: -୧/୧୨:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ କଲେଜ ଖେଳ ପଡ଼ିଆ ଠାରେ କଣ୍ଟାମାଳ ଆଥେଲେଟିକ୍ ଆସୋସିଏସନ୍ ଦ୍ଵାରା ଅଷ୍ଟମ ଅଲ୍ ଓଡିଶା ଫୁଟବଲ ଟୁର୍ଣାମେଣ୍ଟର ପଞ୍ଚମ ଦିନରେ ପୁଲ ବି ର ଦ୍ଵିତୀୟ କ୍ୱାଟର ଫାଇନାଲରେ ମହିମୁଣ୍ଡା ଜେଏଫ୍ଏ ଓ ଫୁଲବାଣୀ ସ୍ପୋର୍ଟ୍ସ ହଷ୍ଟେଲ ମଧ୍ୟରେ ଖେଳ ହୋଇଥିଲା। ଚିତକର୍ଷକ ମ୍ୟାଚରେ ଖେଳରେ ବାଜିମାତ କରିଛି ଫୁଲବାଣୀ । ଗୋଟିଏ ଗୋଲ ଦେଇ ଫୁଲବାଣୀ ଦଳ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି। ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା ଭେଡେନ ବିଡ଼ିଓ ତ୍ରୀପୁର ମହାନନ୍ଦ, କଣ୍ଟାମାଳ ଥାନାଧିକାରୀ ଭାବାନନ୍ଦ ପ୍ରଧାନ, ସମାଜସେବୀ ଡମ୍ବରୁଧର କହଁର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ସମସ୍ତ ଖେଳାଳିଙ୍କ ସହିତ କରମର୍ଦ୍ଦନ କରିବାପରେ ମଞ୍ଚରେ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ l ଆଜିର ଏହି ଖେଳକୁ ମୁଖ୍ୟ ରେଫରି ଟୁବ୍ଲୁ କହଁରଙ୍କ ସହିତ ସୁଶୀଲ ବେହେରା , ସୁଜିତ ରାଜହଂସ ଲାଇନ୍ସ ମ୍ୟାନ ଓ ଚତୁର୍ଥ ରେଫରୀଭାବେ ବିକ୍ରମ କେଶରୀ ନାଏକ ଖେଳ ପରିଚାଳନା କରିଥିବା ସ୍ଥଳେ ମନୋଜ ଶର୍ମା ଧାରା ବିବରଣୀ ପ୍ରଦାନ କରିଥିଲେ। ଖେଳରେ କଣ୍ଟାମାଳ ଆଥେଲେଟିକ୍ ଆସୋସିଏସନ୍ ର ସଭାପତି ରୋନକ ରଞ୍ଜନ ବାରିକ ଓ ସଂପାଦକ ଅନୁରାଗ ସାହୁଙ୍କ ସହିତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,