Country

ତଳଗାଁ ସମବାୟ ସମିତି ପକ୍ଷରୁ ଖରିଫ ଧାନ କ୍ରୟ ଶୁଭାରମ୍ଭ…

 

 ହରଭଙ୍ଗା ( ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ରେ ଚଳିତ ବର୍ଷ ଧାନ କିଣା କୁ ନେଇ କଣ୍ଟାମାଳ ବ୍ଲକ ରେ ଗତ ୧୭ ତାରିଖ ରେ ଧାନ ମଣ୍ଡି ଖୋଲିଥିବା ବେଳେ ୨୪ ତାରିଖ ରେ ଜିଲ୍ଲା ର ବୌଦ୍ଧ ଓ ହରଭଙ୍ଗା ବ୍ଲକ ରେ ଧାନ ମଣ୍ଡି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଥିଲା l ଏ ନେଇ ହରଭଂଗା ବ୍ଲକ ର ତଳଗାଁ ସେବା ସମବାୟ ସମିତି ଲିଃ ପକ୍ଷରୁ ଆଜି ଖରିଫ ଧାନ କ୍ରୟ ପାଇଁ ଶୁଭାରମ୍ଭ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାସଂଦ ଙ୍କ ପ୍ରତିନିଧି ରବିନାରାୟଣ ପ୍ରଧାନ ପୂର୍ବତନ ସମିତିସଭ୍ୟ କୁନା ବେହେରା, ଯୌତି ରଞ୍ଜନ ସାହୂ  ଙ୍କ କରକମଳରେ ଧାନ କ୍ରୟ ଶୁଭାରମ୍ଭ ହୋଇଥିବା ବେଳେ ସଂପାଦକ ପବିତ୍ର ବିଶ୍ବାଳ ନୋଡାଲ ଅଧିକାରୀ ଶ୍ରୀକାନ୍ତ ପ୍ରଧାନ ଚାଷୀ ଚରଣ ପ୍ରଧାନ, ଶିବନାୟକ, ଭଗବାନ ସାହୂ, ରାଜ ଲଷ୍ମୀ ପ୍ରଧାନ, ଅର୍ଜୁନ ବେହେରା, ଆଦି 10 ଜଣ ଚାଷୀ ଙ୍କ ଠାରୁ 320 କୁଇଣ୍ଟାଲ ଧାନ କିଣା ଯାଇଥିଲା ଏଥିରେ ଏଫ ଏ କ୍ୱିଉ ମାନର ଧାନ ଚାଷୀ ମାନେ ଆଣିଥିଲେ ଏବଂ ମିଲର ରୁ ଆସିଥିବl ମୁନସୀ, ଏବଂ ମାର୍କେଟ ଷ୍ଟାପ, ସେବା ସମବାୟ ସମିତି ର ସମସ୍ତ କର୍ମ ଚାରି ଉପସ୍ଥିତ ରହି ପ୍ରଥମ ଦିନରେ ଶାନ୍ତି ଶୃଙ୍କାଳ ଭାବେ ଧାନ କିଣା ଯାଇଥିଲା l ଯାହାକି ଧାନ କିଣା ପାଇଁ କୌଣସି ପ୍ରକାର ସମସ୍ୟା ନ ରୁହେ ଯଥା ଆଶ୍ରୟ ସ୍ଥଳ, ପିଇବା ପାଣି ଧାନ ଘୋଡାଇବା ପାଇଁ ପାଲ ଶପିଂସେଣ୍ଟ ରଖିବା ଏବଂ ଚାଷୀଙ୍କୁ କଟଣୀ ଛଟଣୀ ବାବଦରେ ହଇରାଣ ହରକତ ନ କରିବା ପାଇଁ ସରକାର ପୂର୍ବରୁ ସମସ୍ତ ମିଲର ମାନଙ୍କୁ ନିଁର୍ଧେଶ ଦେଇଚନ୍ତି l ଏବଂ ଠିକ ସମୟ ସୀମା ମଧ୍ୟ୍ୟରେ ଧାନର ପଇସା ଚାଷୀ ପାଇ ପାରିବ ସେଥିପାଇଁ ସମସ୍ତେ ଯତ୍ନ ବାନ ହେବା ପାଇଁ କଡା କଡ଼ି ପଦକ୍ଷେପ ନେଇଛନ୍ତି

Related Articles

Back to top button