ବ୍ରାଇଟ ମାଇଣ୍ତ ଡାଇମେନସନ ବିଦ୍ୟାଳୟର ବାର୍ଷିକ ଉତ୍ସବ


ସ୍ଥାନ:- ବୌଦ୍ଧ ସହର ଟାଉନ ହଲ
ତାରିଖ:- ୨୮/୦୨/୨୩ (ମଙ୍ଗଳବାର)
ବୌଦ୍ଧ :-୨୮/୦୨:- ବୌଦ୍ଧ ସହରର ଅନ୍ୟତମ ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବ୍ରାଇଟ ମାଇଣ୍ତ ଡାଇମେନସନ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିନୟ କୁମାର କରଡିଆଙ୍କ ଅଧ୍ୟକ୍ଷତାରେ ସହରର ଟାଉନ ହଲଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସମ୍ମାନିୟା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଯୋଗଦେଇ ବର୍ତ୍ତମାନ ସମୟରେ ଇଂରାଜୀ ଶିକ୍ଷାର ଗୁରୁତ୍ବ ବୃଦ୍ଧି ପାଉଥିବାବେଳେ ବିଦ୍ୟାଳୟ ପରିଚାଳନା ସମିତି ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଶିଶୁମାନଙ୍କ ପ୍ରତି ଅଧିକ ଗୁରୁତ୍ବ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଜ୍ଞାନପ୍ରକାଶର ପ୍ରକାଶକ ତଥା ଶିକ୍ଷା ପରାମର୍ଶଦାତା ଶ୍ରୀ ଜ୍ଞାନରଞ୍ଜନ ଶତପଥୀ ଯୋଗଦେଇ ଶିଶୁମାନଙ୍କ ଭବିଷ୍ଯତ୍ ଗଟନ ପାଇଁ ପ୍ରାଥମିକ ଶିକ୍ଷାସ୍ତରରୁ ହିଁ ଅଭିଭାବକମାନଙ୍କୁ ଶିଶୁ ପାଇଁ ଲକ୍ଷ ସ୍ତିର କରି ତାହାର ଶିକ୍ଷା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ଶଶାଙ୍କ ଶେଖର ମିଶ୍ର ଯୋଗଦେଇ ଅଭିଭାବକମାନେ ଦୈନନ୍ଦିନ ଜୀବନରେ କିଛି ସମୟ ପରିବାର ପାଇଁ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଉତ୍ସବର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ରିତିକାନ୍ତ ବଳିୟାରସିଂହ ଏବଂ ଶିକ୍ଷା ପରାମର୍ଶ ଦାତା ଶ୍ରୀଯୁକ୍ତ ପବନ ରାଓ ପ୍ରମୁଖ ଯୋଗଦେଇଥିଲେ। ଉତ୍ସବରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ କରିଥିଲେ।
ବୌଦ୍ଧରୁ ସମର୍ଥ News ରିପୋଟର:- ପ୍ରଦୀପ କୁମାର ମହାନନ୍ଦ




