ବିଜ୍ଞାନ ସଂଗଠନ ବ୍ରେକ୍ ଥ୍ରୁ ସାଇନ୍ସ ସୋସାଇଟି (ବିଏସଏସ ) ଅନୁବନ୍ଧିତ ବିଜ୍ଞାନ ଚେତନା ମଞ୍ଚ, ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ପକ୍ଷରୁ ମହାନ୍ ବୈଜ୍ଞାନିକ ମାଡ଼ାମ୍ କ୍ୟୁରୀଙ୍କ ୯୧ ତମ ମୃତ୍ୟୁ ଶତବାର୍ଷିକୀ ବର୍ଷ ପାଳନ ଉପଲକ୍ଷେ ଦୁଇଟି ବିଜ୍ଞାନ ଆଲୋଚନା ଚକ୍ର -୨୦୨୫ ଆୟୋଜିତ


ଢେଙ୍କାନାଳ : ତା.୦୭.୦୭.୨୦୨୫ ରିଖ 🙁 )ବିଜ୍ଞାନ ସଂଗଠନ ବ୍ରେକ୍ ଥ୍ରୁ ସାଇନ୍ସ ସୋସାଇଟି (ବିଏସଏସ ) ଅନୁବନ୍ଧିତ ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଓଡ଼ିଶାର ମୁଖ୍ୟ ଡ.ରଣସିଂହ ନିର୍ମଳେନ୍ଦୁ ରାୟ,ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ମନୋଜ ରଞ୍ଜନ ଦଳେଇ,ବରିଷ୍ଠ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ,କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳର ଅଧକ୍ଷ ଶିଶିର କୁମାର ଦାଶ ଓ ବରିଷ୍ଠ ଶିକ୍ଷକ ଦୁଃଶାସନ ବେହେରା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ପୃଷ୍ଟି,ବିଜ୍ଞାନ ସଂଗଠକ ବିନୋଦ କୁମାର ସେଠୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଡ଼ା.ଦେଵୀ ପ୍ରସାଦ ମିଶ୍ର ଆବାହକ ବୃନ୍ଦଙ୍କ ମିଳିତ ଆବାହକତ୍ୱରେ,ଅଧକ୍ଷ ଓ ପ୍ରଧାନଶିକ୍ଷକଙ୍କ ସଭାପତିତ୍ବରେ ମହାନ୍ ବୈଜ୍ଞାନିକ ମାଡ଼ାମ୍ କ୍ୟୁରୀଙ୍କ ୯୧ ତମ ମୃତ୍ୟୁ ଶତବାର୍ଷିକୀ ବର୍ଷ ପାଳନ ଉପଲକ୍ଷେ ୦୭ ତାରିଖ ପୂର୍ବାହ୍ନ ୧୧ ଘଟିକାରୁ ଅପରାହ୍ନ ୦୧ ଘଟିକା ମଧ୍ୟରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଓ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଅପରାହ୍ନ ୦୨ ଘଟିକାରୁ ଅପରାହ୍ନ ୦୪ ଘଟିକା ପର୍ଯ୍ୟନ୍ତ ଏହିଭଳି ଦୁଇଟି ବିଜ୍ଞାନ ଆଲୋଚନା ଚକ୍ର -୨୦୨୫ ସଫଳ ଭାବରେ ଆୟୋଜିତ ହୋଇଯାଇଛି। ଆଲୋଚନାର ବିଷୟ ବସ୍ତୁ ଥିଲା- ” ବୈଜ୍ଞାନିକ ଗବେଷଣାରେ ନାରୀମାନଙ୍କର ଭୂମିକା ଓ ମହାନ୍ ବୈଜ୍ଞାନିକ ମାଡ଼ାମ୍ କ୍ୟୁରୀ “। ସର୍ବ ପ୍ରଥମେ ବିଜ୍ଞାନ ସଂଗଠନ ବ୍ରେକ୍ ଥ୍ରୁ ସାଇନ୍ସ ସୋସାଇଟି (ବିଏସଏସ ) ଅନୁବନ୍ଧିତ ବିଜ୍ଞାନ ଚେତନା ମଞ୍ଚ,ଓଡିଶାର ସମ୍ପାଦକ ତଥା ରେଭେନ୍ସା ବିଶ୍ଵ ବିଦ୍ୟାଳୟର ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଡ.ସିଦ୍ଧାର୍ଥ ଭରଦ୍ବାଜ ଓ ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନା୍ତକୋତ୍ତର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ.ଦେବାଶିଷ ମହାନ୍ତି ମୁଖ୍ୟବକ୍ତା ଓ ଅନ୍ୟତମ ବିଶିଷ୍ଟ ବକ୍ତା ଭାବରେ ଅତି ସୁନ୍ଦର ଆକର୍ଷଣୀୟ ପିପିଟି ମାଧ୍ୟମରେ ଅତି ପ୍ରାଞ୍ଜଳ,ସରଳ ଓ ସାବଳୀଳ ଭାବରେ ବିଷୟବସ୍ତୁଟିର ବଳିଷ୍ଠ ଉପସ୍ଥାପନ କରି ପର୍ଯ୍ୟାପ୍ତ ଓ ସାରଗର୍ଭକ ଆଲୋଚନା କରିଥିଲେ।ମଞ୍ଚାସୀନ ଅଧକ୍ଷ,ବରିଷ୍ଠ ଶିକ୍ଷୟିତ୍ରୀ,ଅତିଥି ବୃନ୍ଦ,ଆବାହକ ବୃନ୍ଦ, ମୁଖ୍ୟବକ୍ତା,ଅନ୍ୟତମ ବିଶିଷ୍ଟ ବକ୍ତା ବୃନ୍ଦ ସ୍ଵୀୟ ବକ୍ତବ୍ୟରେ ମହାନ୍ ବୈଜ୍ଞାନିକ ମ୍ୟାଡମ୍ କ୍ୟୁରୀଙ୍କର ଆଧୁନିକ ବିଜ୍ଞାନ କ୍ଷେତ୍ରରେ ଅନନ୍ୟ ଅବଦାନ ଓ ତାଙ୍କର ଉଚ୍ଚ ମାନବୀୟ ମୂଲ୍ୟବୋଧକୁ ସ୍ମରଣ କରି ସେଥିରୁ ଶିକ୍ଷା ଗ୍ରହଣ କରିବା ପାଇଁ ୨୦୧୧ ମସିହାକୁ ଆନ୍ତର୍ଜାତୀୟ ରସାୟନ ବିଜ୍ଞାନ ବର୍ଷ ଭାବରେ ଅବହିତ କରାଯାଇଛି ଓ ସେଥିପାଇଁ ସେ ବିଜ୍ଞାନରେ ଦ୍ଵିତୀୟ ନୋବେଲ ପୁରସ୍କାର ପାଇଥିଲେ। ତାଙ୍କର ରେଡ଼ିଓ ଆକ୍ଟିଭିଟିର ଯୁଗାନ୍ତକାରୀ ଆବିଷ୍କାର ଦ୍ୱାରା ପ୍ରମାଣିତ ହେଲା ଯେ ମୌଳିକ ପଦାର୍ଥର ପରମାଣୁ ମଧ୍ୟରେ ଅମାପ ଶକ୍ତି ନିହିତ ଅଛି ଓ ତାହାକୁ ବିଭାଜନ କରାଯାଇ ପାରିବ। ସେ ନୂତନ ଜ୍ଞାନ ଆବିଷ୍କାର ପାଇଁ ଯେପରି ଏକାଗ୍ର ଚିତ୍ତରେ ଗବେଷଣାରତ ରହୁଥିଲେ ସେହିପରି ମାନବିକତାର ଡାକରେ,ସମାଜର ଆବ ଶ୍ୟକତାରେ ମଣିଷର ସେବାରେ ନିଜର ସମସ୍ତ ଶକ୍ତି ଦେବାରେ ତିଳେହେଲେ କୁଣ୍ଠାବୋଧ କରୁନଥିଲେ।ବୈଜ୍ଞାନିକ ଗବେଷଣା ଓ ସମାଜ ପ୍ରତି ଦାୟିତ୍ବବୋଧ ଏ ଥିଲା ତାଙ୍କ ପାଇଁ ସମାର୍ଥ ବୋଧକ ଦୁଇଟି ଶବ୍ଦ। ତାଙ୍କ ଭାଷାରେ ଜୀବନରେ ଭୟ କରିବାର କିଛି ନାହିଁ, କେବଳ ସବୁ ବିଷୟକୁ ଭଲ ଭାବରେ ବୁଝିବା ଦରକାର। ବୈଜ୍ଞାନିକ ଚିନ୍ତାର ଏହି ସୂକ୍ଷ୍ମ ଅନୁଭୂତି ତାଙ୍କୁ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଓ ଜୀବନର ସମସ୍ତ ପ୍ରତିକୂଳ ପରିବେଶକୁ ମୁକାବିଲା କରିବା ପାଇଁ ସଠିକ୍ ଦିଗ୍ ଦର୍ଶନ ଦେଇ ପାରିଥିଲା।ସର୍ବ ପ୍ରଥମେ କାର୍ଯ୍ୟକ୍ରମର ପ୍ରାକ୍ କଥନରେ ମୁଖ୍ୟ ଆବାହକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,ଆଲୋଚନା ଚକ୍ରର ଲକ୍ଷ୍ୟ,ଉଦ୍ଦେଶ୍ୟ ତାହାର ଆଭିମୁଖ୍ଯ ଉପରେ ସଂକ୍ଷେପରେ ସ୍ୱୀୟ ମତ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ସଫଳ ସଂଯୋଜନା କରିଥିଲେ।ସ୍ଵୀୟ ବକ୍ତବ୍ୟରେ କହିିଥିଲେ ଯେ ସାରା ବିଶ୍ବରେ କେବଳ ଆମ ଭାରତର ସମ୍ବିଧାନରେ ବୈଜ୍ଞାନିକ ମନୋଭାବକୁ ଗୁରୁତ୍ଵ ଦିଆଯାଇଛି।ତାଙ୍କର ଦୃଢୋକ୍ତି ଥିଲା -ବୈଜ୍ଞାନିକ ମନୋଭାବ,ସାରା ବିଶ୍ଵବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାର ସାମର୍ଥ୍ୟ ରଖେ। ଏହା ସହିତ ସେ ଚଳିତ ବର୍ଷର ବିଷୟ ବସ୍ତୁ,”ବୈଜ୍ଞାନିକ ଗବେଷଣାରେ ନାରୀମାନଙ୍କର ଭୂମିକା ଓ ମହାନ୍ ବୈଜ୍ଞାନିକ ମାଡ଼ାମ୍ କ୍ୟୁରୀ “ଉପରେ ସାରଗର୍ଭକ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ମୋ ନିଜର ଧର୍ମ ହେଉଛି ବିଜ୍ଞାନ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।ମାଡ଼ାମ୍ କ୍ୟୁରୀଙ୍କର ଚରିତ୍ରର ଆଉ ଏକ ଉଲ୍ଲେଖନୀୟ ଦିଗ ସମ୍ପର୍କରେ ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ଙ୍କ ଭାଷାରେ କୁହାଯାଇଛି ଯେ,”ସେ ହେଉଛନ୍ତି ସମସ୍ତ ଜନପ୍ରିୟ ବ୍ୟକ୍ତିମାନଙ୍କ ମଧ୍ୟରେ ଏକମାତ୍ର ବ୍ୟକ୍ତି ଯାହାଙ୍କୁ ଯଶ ବା ଖ୍ୟାତି କଳୁଷିତ କରିପାରିବ ନାହିଁ”। ଆସନ୍ତା ଶହ ଶହ ବର୍ଷ ପର୍ଯ୍ୟନ୍ତ ତାଙ୍କର ଜୀବନ କେବଳ ବୈଜ୍ଞାନିକମାନଙ୍କ ପାଇଁ ନୁହେଁ,ଆଧୁନିକ ବିଜ୍ଞାନ ତୋଳି ଧରିଥିବା ଉଚ୍ଚ ମାନବୀୟ ମୂଲ୍ୟବୋଧକୁ ଆହୁରି ବିକଶିତ କରିବାପାଇଁ ଉଦ୍ୟମରତ ପ୍ରତ୍ୟେକ ମଣିଷ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବି ବୋଲି ଦୃଢ ଅଭିବ୍ୟକ୍ତି ପ୍ରଦାନ କରିଥଲେ।ସଭା ଶେଷରେ ଏହି ବିଜ୍ଞାନ ଆଲୋଚନା ଚକ୍ରରେ ଆଲୋଚିତ ପ୍ରସଙ୍ଗ ଓ ସମସ୍ତଙ୍କର ମନ ଭିତରେ ଉଙ୍କି ମାରୁଥିବା ଅନେକ ଆସମାହିତ ପ୍ରଶ୍ନଗୁଡ଼ିକୁ ପ୍ରଶ୍ନୋତ୍ତର ଓ ଭାବବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ୟକ ଆଲୋଚନା କରାଯାଇ ବିଜ୍ଞାନ ସଂଗଠନ ବ୍ରେକ୍ ଥ୍ରୁ ସାଇନ୍ସ ସୋସାଇଟି (ବିଏସଏସ ) ଅନୁବନ୍ଧିତ ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶା ପକ୍ଷରୁ ମୁଦ୍ରିତ ବିଶ୍ୱର ଅନେକ ବୈଜ୍ଞାନିକ ମାନଙ୍କର ରଙ୍ଗୀନ ଫଟୋଚିତ୍ର ଓ ତଥ୍ୟାବଳୀ ସମ୍ବଳିତ ୨୦୨୫ ମସିହା ବାର୍ଷିକ କ୍ୟାଲେଣ୍ଡର ଓ ପର୍ଯ୍ୟାୟ ସାରଣୀ ମଞ୍ଚାସୀନ ଅତିଥି ବୃନ୍ଦ,ଅଧକ୍ଷ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ,ଛାତ୍ରୀ,ଛାତ୍ରବୃନ୍ଦଙ୍କୁ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଓଡ଼ିଶାର ମୁଖ୍ୟ ଡ.ରଣସିଂହ ନିର୍ମଳେନ୍ଦୁ ରାୟ,ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ମନୋଜ ରଞ୍ଜନ ଦଳେଇ,ବରିଷ୍ଠ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ,କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳର ଅଧକ୍ଷ ଶିଶିର କୁମାର ଦାଶ ଓ ବରିଷ୍ଠ ଶିକ୍ଷକ ଦୁଃଶାସନ ବେହେରା,ବିଜ୍ଞାନ ଚେତନା ମଞ୍ଚର ଓଡ଼ିଶା ରାଜ୍ୟ ସମ୍ପାଦକ ତଥା ରେଭେନ୍ସା ବିଶ୍ଵବିଦ୍ୟାଳୟ,କଟକର ରସାୟନ ବିଜ୍ଞାନ ଆସୋସିଏଟ୍ ପ୍ରଫେସର୍ ସିଦ୍ଧାର୍ଥ ଭରଦ୍ୱାଜ,ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନା୍ତକୋତ୍ତର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ.ଦେବାଶିଷ ମହାନ୍ତି, ବିଜ୍ଞାନ ସଂଗଠକ ବିନୋଦ କୁମାର ସେଠୀ,ଢେଙ୍କାନାଳ ଜିଲ୍ଲାରୁ ଡ଼ା.ଦେବୀ ପ୍ରସାଦ ମିଶ୍ର, ଭୁବନରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ପୃଷ୍ଟିଙ୍କ ସହଯୋଗିତାରେ ସାରା ଓଡିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ବିଜ୍ଞାନ ମନସ୍କ ଛାତ୍ରୀ,ଛାତ୍ର,ଅଧ୍ୟାପିକା, ଅଧ୍ୟାପକ,ଶିକ୍ଷୟିତ୍ରୀ,ଶିକ୍ଷକ ତଥା ବିଜ୍ଞାନପ୍ରେମୀ ସକ୍ରିୟ ଓ ସଫଳ ଅଂଶଗ୍ରହଣ ତଥା ସହଯୋଗ କରି କାର୍ଯ୍ୟକ୍ରମଟିକୁ ସାଫଲ୍ଯ ମଣ୍ଡିତ କରିଥିଲେ।ଡ଼ା.ଦେବୀ ପ୍ରସାଦ ମିଶ୍ର,ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଓଡ଼ିଶା ତଥା ଆଜୀବନ ସଦସ୍ୟ,ଢେଙ୍କାନାଳ ଜିଲ୍ଳା ଆବାହକ,ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶା,
ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




