Education

ଯୁକ୍ତ ଦୁଇ ବିଜ୍ଞାନ ରେ ଜିଲ୍ଲା ଟପର ଅଭିଷେକ ଦାଶ ଙ୍କୁ ସମ୍ବର୍ଦ୍ଧନା !!

 ତିର୍ତ୍ତୋଲ ::-ନିଷ୍ଠା ଓ ଅଧ୍ୟବସାୟ ବଳରେ ଶିକ୍ଷାର୍ଥୀ ର ମାନ ନିର୍ଦ୍ଦାରଣ ହୋଇଥାଏ !ପାଠ ପଢ଼ାର ଉଚିତ ପ୍ରାପ୍ୟ ମିଳିଥାଏ ଶିକ୍ଷାର୍ଥୀ କୁ !ଆମେ କହୁଛୁ ତିର୍ତ୍ତୋଲ ସ୍ଥିତ ୟୁନୋପୋସ ହାୟର ସେକେଣ୍ଡାରୀ ସ୍କୁଲ ଅଫ ସାଇନ୍ସ ର ବିଜ୍ଞାନ ବିଭାଗରେ ୫୬୬ ନମ୍ବରରଖି ଜଗତସିଂହପୁର ଜିଲ୍ଲାର ଟପର ହୋଇ ଥିବା ମେଧାବୀ ଛାତ୍ର ଅଭିଷେକ ଦାଶ ଙ୍କ କଥା !ଯିଏ କି ମ୍ୟାଟ୍ରିକ ପରୀକ୍ଷାରେ ୪୮୮ ନମ୍ବର ରଖି ଏହି କଲେଜରେ ଆଡ଼ମିଶନ କରି ଅଧ୍ୟୟନ କରୁଥିଲେ।ଅଭିଷେକ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ମଧୁରଗଣ୍ଡ, ଖମାର ଗ୍ରାମର ପ୍ରଦୀପ୍ତ କୁମାର ଦାଶ ଓ ଝାନସିରାଣୀ ଦାଶ ଙ୍କ ପୁତ୍ର । ତାଙ୍କର ସଫଳତା ପାଇଁ ସେ ନିଜର ପିତା ମାତା ଓ ୟୁନୋପୋସ ର ବିଜ୍ଞାନ ବିଭାଗ ର ଶିକ୍ଷାଗୁରୁ ମାନଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ କଲେଜ ପରିସର ମଧ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଇଂ ଜୀବନବଲ୍ଲଭ ସାହୁ, ଏକାଡେମୀ ର ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଓ ବରିଷ୍ଠ ପ୍ରଫେସର ଡଃ କ୍ଷୀରୋଦ କୁମାର ଓଝା ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷାକର୍ମୀ ଓ ସହପାଠୀ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିବା ବେଳେ, କଲେଜ କତ୍ତୃପକ୍ଷ ଙ୍କ ତରଫରୁ ଅଭିଷେକ ଙ୍କୁ ଅର୍ଥ ରାଶି ସହିତ, ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏହି ଅବସରରେ ଅନୁଷ୍ଠାନର ଅନ୍ୟତମ କୃତିଛାତ୍ରୀ ଶୁଭଶ୍ରୀ ମହାନ୍ତି ୫୫୭ ନମ୍ବର ରଖି ଜିଲ୍ଳାର ତୃତୀୟ ଟପର ରାଙ୍କ ଟୁ , ରାଜକିଶୋର ଓଝା ୫୫୩ ନମ୍ବର ରଖି ରାଙ୍କ ଥ୍ରି , ମୁକ୍ତିକାନ୍ତ ପଟ୍ଟନାୟକ ୫୫୦ ନମ୍ବର ରଖି ରା୍ଙ୍କ ଫୋର୍ ଓ ଚନ୍ଦନ କୁମାର ବାରିକ ୫୪୬ ନମ୍ବର ରଖି ରା୍ଙ୍କ ଫିପଥି ରେ ଉତ୍ତୀର୍ଣ୍ଣ ହୋଇ ଥିବାରୁ,ସେମାନଙ୍କୁ ମଧ୍ୟ ଅନୁରୂପ ଭାବରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇ ଥିବାର ଦେଖିବାକୁ ମିଳିଥିଲା !!

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button