ସ୍ୱାସ୍ଥ୍ୟ ପରିଦର୍ଶିକା ପ୍ରମିଳା ନାୟକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା


କଣ୍ଟାମାଳ, ୧୨//୫ : ସମର୍ଥ ନିୟୁଜ ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ପ୍ରମିଳା ନାୟକ ଚାକିରୀରୁ ଅବସର ପରେ ଆଜି କଣ୍ଟାମାଳ ବ୍ଲକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଦ୍ୱାରା ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରଭାତ ଖମାରି ଓ ମାନସୀ ସ୍ୱାଇଁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ କଣ୍ଟାମାଳ ମେଡିକାଲ ଅଫିସର ଡକ୍ଟର ସେଠି, ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଦିବ୍ୟଶଙ୍କର ରାଉତ, ଜୟ କୁମାର ମହାରଣା,ହାଡିବନ୍ଧୁ ମିଶ୍ର, ମାନସ ରଞ୍ଜନ ପଟ୍ଟନାୟକ, ହୃଷିକେଶ ଭୋଇ, ସୁବାସ ମେହେର ପ୍ରମୁଖ ଯୋଗଦେଇ ପ୍ରମିଳା ନାୟକ ଙ୍କ କାର୍ଯ୍ୟାଧାରା ଓ କର୍ମମୟ ଜୀବନ ସମ୍ପର୍କରେ କହିବା ସହ ଅବସର ଜୀବନ ସୁଖ, ଶାନ୍ତି ଓ ନିରୋଗୀ କାମନା କରିଥିଲେ ଶ୍ରୀମତୀ ନାୟକ ୪୦ବର୍ଷ ଚାକିରୀ ଜୀବନର ଅନୁଭୂତି କୋହଭରା କଣ୍ଠରେ ବୟାନ କରିଥିଲେ l ସହକର୍ମୀ ମାନେ ଚାକିରୀ ଜୀବନର ଯାତ୍ରାକୁ ସଂଗୀତ ମାଧ୍ୟମରେ ଶୁଣାଇଥିଲେ l ମଂଚାସୀନ ଅତିଥିମାନଙ୍କୁ ଉପଢୌକନ ସହ ଗୋଟିଏ ଲେଖାଏଁ ବୃକ୍ଷ ଚାରା ପ୍ରଦାନ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ l ଆରମ୍ଭରେ କେକ କାଟି ଦିବସଟିକୁ ପାଳନ କରିଥିଲେ l ବିଭିନ୍ନ ସେକ୍ଟର, ସିଏଚଓ,ଆଶା ମାନଙ୍କ ପକ୍ଷରୁ ଶ୍ରୀମତୀ ନାୟକ ଙ୍କୁ ମାନପତ୍ର ସହ ଶାଢ଼ୀ, ଛତା, ଜୋତା, ଥରମୋଫ୍ଲାସ୍କ ଆଦି ପ୍ରଦାନ କରାଯାଇଥିଲା l ଏହିଅବସରରେ କୁନି କୁନି ଝିଅ ମାନଙ୍କ ଦ୍ୱାରା ନୃତ୍ୟ ଏବଂ ସ୍ୱାସ୍ଥ୍ୟ ସଚେତନ ନାଟକ “ମଶା କହେ ମୋ କାହାଣୀ” ପରିବେଷଣ କରିଥିଲେ l କାର୍ଯ୍ୟକ୍ରମକୁ ସୁକାନ୍ତି ଖମାରି, କୁନି ଦେଇ ଓ ପ୍ରତିମା ପାଢ଼ୀ ପରିଚାଳନା କରିଥିବା ବେଳେ ସୁଚିତ୍ରା ଦାସ, ସନ୍ଧ୍ୟା କାଜଲ, ଗୀତାଞ୍ଜଳି ମହାକୁଡ଼, ରାମଜୀ ପାଢ଼ୀ, ବିଶ୍ୱନାଥ ସାହୁ, ସନ୍ତୋଷିନୀ ସାହୁ ଗୀତାଞ୍ଜଳି ଭୋଇ ପ୍ରମୁଖ ସହଯୋଗ କରିଥିଲେ l ମାନସୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ଏବଂ ଶେଷରେ ସମସ୍ତ ସିଏଚଓ ସହକର୍ମୀ ଏକ ଭାବ ବିହ୍ଵଳ ଲୋତକ ଓ କୋହଭରା ନୟନରେ ତାଙ୍କୁ ଘର ପର୍ଯ୍ୟନ୍ତ ନେଇ ବିଦାୟ ଦେଇଥିଲେ l କାର୍ଯ୍ୟକ୍ରମ ରେ ଏଏନଏମ,ସିଏଚଓ,ଆଶା ସମେତ ମେଲ ଓ ଫିମେଲ ୱାର୍କର ଯୋଗଦେଇଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




