Education
ଅଇଁଲାଚୂଆଁ ଆଦର୍ଶ ବିଦ୍ୟାଳୟର ଛାତ୍ର ପ୍ରାଞ୍ଜଳ ହେଲେ ଓଏଭିଏସ ଜିଲ୍ଲା ଟପ୍ପର l ଲକ୍ଷ୍ୟ ରଖି ପାଠ ପଢ଼ିଲେ ଲକ୍ଷ୍ୟ ହାସଲ ସମ୍ଭବ-ଛାତ୍ର ପ୍ରାଞ୍ଜଳ


କଣ୍ଟାମାଳ: -୧୪/୫/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ)—ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଇଁଲାଚୁଆଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ପ୍ରାଞ୍ଜଳ ବସ୍ତିଆ ମୋଟ ୫୦୦ମାର୍କରୁ ୪୮୬ ନମ୍ବର ଅର୍ଥାତ ୯୭.୨ ଶତକଡା ରଖି ଜିଲ୍ଲାର ତିନୋଟି ଆଦର୍ଶ ବିଦ୍ୟାଳୟରେ ଟପ୍ପର ହୋଇଛନ୍ତି । ପ୍ରାଞ୍ଜଳ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମର ପ୍ରତିମା ବସ୍ତିଆ ଓ ପ୍ରକାଶ ବସ୍ତିଆଙ୍କ ଏକ ମାତ୍ର ପୁଅ ଅଟନ୍ତି ।ସେ ଏ ସଫଳତା ପାଇଁ ବାପା /ମା ପରିବାରର ସମସ୍ତଙ୍କୁ ଓ ଶିକ୍ଷକ ,ଶିକ୍ଷୟିତ୍ରୀ ମାନଙ୍କୁ ଦେଇଛନ୍ତି ।ସେ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ।ସେ ଆହୁରି କହିଛନ୍ତି ଯେ ଲକ୍ଷ୍ୟ ରଖି କଠୋର ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




