ସାମନ୍ତ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ତରଫରୁ ଆଜି ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି


ସାମନ୍ତ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ତରଫରୁ ଆଜି ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଏକ *ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ* ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ହେଉ ଗୋଟିଏ ପରେ ଗୋଟିଏ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରୁଛନ୍ତି କିନ୍ତୁ ପୁରୀ ଗୋଟେ ପ୍ରଯ୍ୟଟନ ସହର ବିଶ୍ୱର ଲୋକମାନେ ଏହି କ୍ଷେତ୍ରକୁ ଆସୁଛନ୍ତି କିନ୍ତୁ ଏଠି ଶିକ୍ଷା ର ଅଭାବ ରହିଛି ଏହା ପୂର୍ବରୁ ଥିବା ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦିଆଯାଉନାହିଁ । ଏହି କାଯ୍ୟକ୍ରମରେ ସୁଯ୍ୟ ମିଶ୍ର, ପ୍ରଦ୍ୟୁମ୍ନ ମିଶ୍ର, ସମୀର ପଟ୍ଟନାୟକ, ମନୋଜ ରଥ, ଚକ୍ରଧର ମହାପାତ୍ର, ଆବାହକ ସଞ୍ଜୟକୁମାର ପ୍ରଧାନ, ଅଭିଜିତ ମହାପାତ୍ର, ଅନିକେତ କର ଏବଂ ପୂର୍ବତନ, ବର୍ତମାନ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ସାମାଜିକ, ସଂସ୍କୃତିକ ଅନୁଷ୍ଠାନ ଯୋଗଦେଇ ସତ୍ୟାଗ୍ରହରେ ସାମିଲ ହୋଇଥିଲେ । ଯେଉଁ ପଯ୍ୟନ୍ତ ବିଶ୍ୱବିଦ୍ୟାଳୟର ମାନ୍ୟତା ନ ମିଳିଛି ସେ ପଯ୍ୟନ୍ତ *ସତ୍ୟାଗ୍ରହ* କରାଯିବ ପାଇଁ ପ୍ରସ୍ତାବ କରାଯାଇଛି l ଆସନ୍ତା ସୋମବାର ଦିନ ପୁନର୍ବାର ସତ୍ୟାଗ୍ରହ କରାଯିବା ସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ କମିଟି ତରଫରୁ ଦାବିପତ୍ର ଦିଆଯିବା ପାଇଁ ସ୍ଥିର କରାଯାଇଛି
ପୁରୀ ରୁ ସଞ୍ଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ସମର୍ଥ ନିୟୁଜ




