ପୋଲିସ ଇନ୍ଫୋର୍ମର ବୋଲି ସନ୍ଦେହ ରେ ଯୁବକ ଙ୍କୁ ଘରୁ ଡାକି ନେଇ ହତ୍ୟା!


ଉମରକୋଟ ତ। ୨୪.୦୨.୨୦୨୩:ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଂଚାୟତ ଖାଲେପାରା ଗ୍ରାମ ର ଚନ୍ଦନ ମଲିକ (33)ନାମକ ଯୁବକ ଙ୍କୁ ପୋଲିସ ର ଖବରୀ ବୋଲି କହି ନିକଟ ଜଙ୍ଗଲ କୁ ଡାକି ନେଇଁ ହତ୍ୟା କରାଯାଇଥିବା ସୂଚନା ମିଳିଛି!
ସୂଚନା ଅନୁସାରେ :ଗତକାଲି ରାତି ପ୍ରାୟ 9 ଘଂଟିକା ସମୟରେ ଚନ୍ଦନ ମଲିକ ଏବଂ ତାଙ୍କ ପରିବାର ଖାଇ ସାରିବା ପରେ ପ୍ରାୟ 30ରୁ 35 ଜଣ ମାଓବାଦୀ ର ବେଷ ରେ ବନ୍ଧୁକ ଧରି ତାଙ୍କୁ ନିକଟସ୍ଥ ଜଙ୍ଗଲ କୁ ଡାକି ନେଇଥିଲେ ! ସେଠାରେ ଚନ୍ଦନ ମଲିକ ଙ୍କୁ ଗୋଇଠା, ବିଧା ମାରିବା ସହ ରଶି ରେ ତାଙ୍କ ବେକ କୁ ବାନ୍ଧି ଟାଣି ଦେଇଥିଲେ ଯାହାଫଳରେ ଘଟଣା ସ୍ଥଳରେ ହିଁ ଚନ୍ଦନ ଙ୍କ ମୃତ୍ୟୁ ଘଟିଥିଲା ! ଘଟଣା ସ୍ଥଳରେ ମାଓବାଦୀଙ୍କ ଏକ ପୋଷ୍ଟର ମଧ୍ୟ ମିଳିଥିଲା! ସେହି ପୋଷ୍ଟର ରେ ଚନ୍ଦନ ମଲିକ ପୋଲିସ ଇନଫର୍ମର ଅଟନ୍ତି ତେଣୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି, ଏହା ପୂର୍ବରୁ ଚନ୍ଦନ ଙ୍କୁ ଥରେ ଜନ ଅଦାଲତ ରେ ବିଚାର କରି ଛାଡି ଦିଆଯାଇଥିଲା କିନ୍ତୁ ତାହାପରେ ମଧ୍ୟ ସେ ମାନି ନ ଥିଲେ ତେଣୁ ତାଙ୍କୁ ହତ୍ୟା କରାଯାଇଛି!ପୋଲିସ ଇନ୍ଫୋର୍ମର ଚନ୍ଦନ ମଲିକ ଙ୍କ ମୃତ୍ୟୁ ରେ ନବରଙ୍ଗପୁର ଏସପି,ଛତିଶଗଡ ରାଜ୍ୟ ଗରିଆବନ୍ଧ ଏସପି ଏବଂ ପୋଲିସ ର ଗୁଇନ୍ଦା ବିଭାଗ ଦାୟୀ ବୋଲି ପୋଷ୍ଟର ରେ ଉଲ୍ଲେଖ କରାଯାଇଛି! ତେବେ ପୋଲିସ ଘଟଣାକୁ ଗଂଭୀରତା ର ସହ ନେଇ ତଦନ୍ତ ଜାରୀ ରଖିଛି। ଘଟଣା ସ୍ତଳ ରେ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠେଇଚି।
ଉମରକୋଟ ରୁ ଜିତେନ୍ଦ୍ର କୁମାର ମହାନ୍ତି ଙ୍କ ରିପୋର୍ଟ ସମର୍ଥ News




