Education

ନିଖିଳ ଓଡିଶା 662 ବର୍ଗ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ତାଲା ବନ୍ଦ ଆନ୍ଦୋଳନ.

ଭୁବନେଶ୍ୱର, ଆଜି ବିଧାନସଭା ସମ୍ମୁଖରେ ଲୋୟର ପିଏମଜୀ ଠାରେ ନିଖିଳ ଓଡିଶା 662 ବର୍ଗ ବେସରକାରୀ କଲେଜ ଅଧ୍ୟାପକ, କର୍ମଚାରୀ ସଂଘର ହଜାର ହଜାର ଅଧ୍ୟାପକ ଓ କର୍ମଚାରୀ ତାଙ୍କର 4 ଦଫା ଦାବି ନେଇ କଲେଜ ମାନଙ୍କରେ ତାଲା ପକାଇ ଏକ ବିଶାଳ ଶୋଭାଯାତ୍ରାରେ ଆସି ଧାରଣା ଓ ବିକ୍ଷୋଭ କରିଛନ୍ତି. ସଙ୍ଘ ତାର 4ଦଫା ଦାବି ଯଥା 1. ସମାନ ଗ୍ରେଡ଼ ପେ ରେ ସମସ୍ତଙ୍କୁ ସମାନ ଦରମା ପ୍ରଦାନ,2. ସମସ୍ତଙ୍କୁ ପେନସନ ପରିସର ଭୁକ୍ତ କରିବା 3.2018ରୁ ଜି. ଓ କର୍ମଚାରି ମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ ଓ 4. ଗ୍ରାଣ୍ଟ ଇନ ଏଡ଼ରୁ ବାଦ ପଡ଼ିଥିବା କର୍ମଚାରୀଙ୍କୁ ଶୀଘ୍ର ଅନୁଦାନ ପ୍ରଦାନ ଦାବିଗୁଡିକୁ ସରକାର ଦୃଷ୍ଟି ଦେଉ ନ ଥିବାରୁ ଆମର ଆନ୍ଦୋଳନ ଦୀର୍ଘ 165 ଦିନ ହେଲା ଚାଲୁ ରହିଛି. ସରକାର କେବଳ ମନ୍ତ୍ରୀସ୍ତରୀୟ କମିଟି କରି ଚୁପ ବସିଛନ୍ତି. ଗତ 12 ତାରିଖରେ ଜିଲ୍ଲାପାଳ ମାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥଲୁ,5t ସଚିବ ବିଭିନ୍ନ ଜିଲ୍ଲା ଗ୍ରସ୍ତ ସମୟରେ ପିଲାମାନେ ଓ ଶିକ୍ଷକ ମାନେ ଦାବି ଗୁଡିକ ତାଙ୍କୁ ଜଣାଇଥିଲୁ, ସଂଗଠନ ସମ୍ପାଦକ, ବିଭାଗୀୟ ମନ୍ତ୍ରୀ, ସଚିବ ଓ ମୁଖ୍ୟ ସଚିବଙ୍କୁ ଭେଟି ଦାବି ଜଣାଇଲୁ ହେଲେ ଆଜି ପର୍ଯ୍ୟନ୍ତ କୌଣସି ବିଚାର ସରକାର କରିନଥିବା ଯୋଗୁଁ ବାଧ୍ୟ ହୋଇ ପୂର୍ବ ପ୍ରସ୍ତାବିତ କାର୍ଯ୍ୟକ୍ରମ ଅନୁସାରେ ସମସ୍ତ କଲେଜରେ ତାଲା ପକାଇ ଆଜି ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ସଙ୍ଘର ରାଜ୍ୟ ସଭାପତି ଗୋଲକ ନାୟକ. ଆମକୁ ଗୋଟେ ବର୍ଷ ସରକାରୀ ବର୍ଦ୍ଧିତ ଦରମା ଦେଇ ପୁଣି ପ୍ରତ୍ୟାହାର କରିନେଲେ ଓ ସିନିଅରକୁ ଜୁନିଅର, ଜୁନିଅରକୁ ସିନିଅର କର ଯେଉଁ ଅସଂଗତି କରିଦେଲେ ତାରି ବିରୋଧରେ ଆଜିର ଏହି ଆନ୍ଦୋଳନ. ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନରେ ପିଲାମାନେ, ଅଭିଭାବକ ମାନେ ସାମିଲ ହୋଇ ଏକ ମହା ଆନ୍ଦୋଳନରେ ରୂପ ଧାରଣ କରିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ଚେତାବନୀ ଦେଇଛନ୍ତି ସଭାପତି ଶ୍ରୀ ନାୟକ.ଆଗାମୀ ଦିନରେ ପାଠ ପଢ଼ା ଠପ ନ ହେବାସହ, କଲେଜ ବନ୍ଦ ନ ରହିବାକୁ ସରକାର ଉଦ୍ୟମ କରିବା ଆବଶ୍ୟକ ବୋଲି ସମ୍ପାଦକ ସତାପାଉଁଦିନ ଅହମଦ, ଗଗନ ବେଉରା, ରଞ୍ଜନ ପ୍ରଧାନ ଓ ତପନ ଜେନା ପ୍ରମୁଖ ସରକାରଙ୍କୁ ଅନୁରୋଧ କରିଛନ୍ତି.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନ

Related Articles

Back to top button