Education

ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ବାଲିଗୁଡା ଗସ୍ତ :

ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ବାଲିଗୁଡା ଗସ୍ତ : ତୃଣମୂଳ ସ୍ତରରେ କଂଗ୍ରେସକୁ ମଜଭୂତ କରିବାକୁ ଆହ୍ୱାନ
କନ୍ଧମାଳ,(ସମର୍ଥ ନ୍ୟୁଜ):ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଗୁରୁବାର ଦିନ ଦିନିକିଆ ବାଲିଗୁଡା ଗସ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଦଣ୍ଡପଦର ନିକଟରେ କଂଗ୍ରେସ ଦଳ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ଏକ ବିରାଟ ମୋଟର ସାଇକେଲରେ ଶୋଭାଯାତ୍ରା କରି ସଭାଗୃହ ନିକଟରେ ପହଞ୍ଚି ଥିଲେ l ଏଠାରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ କର୍ମୀ ସମ୍ମିଳନୀ ସହ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ଏବଂ ବିଜେପି ଛାଡିଥିବା ବହୁ କର୍ମୀ ଯୋଗ ଦେଇଥିଲେ l କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସେ କହିଲେ ଯେ, ବର୍ତ୍ତମାନ ଓଡ଼ିଶାରେ କ୍ଷମତା ସୀନ ସରକାରଙ୍କ ପ୍ରତି ଜନସାଧାରଣଙ୍କ ଆଉ ଆସ୍ଥା କି ବିଶ୍ବାସ ନାହିଁ। ୨୦୨୪ ରେ କଂଗ୍ରେସ ଓଡ଼ିଶାରେ ସରକାର ଗଠନ କରିବା ସମ୍ଭାବନା ଉଜ୍ଜ୍ବଳ। ଲୋକଙ୍କ ପାଖରେ ପହଞ୍ଚି ତୃଣମୂଳ ସ୍ତରରେ ଦଳର ସଙ୍ଗଠନକୁ ଅଧିକ ଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ସେ ଉପସ୍ଥିତ କର୍ମୀ ଓ ନେତାଙ୍କୁ ଆହ୍ଵାନ ଦେଇଥିଲେ। ବର୍ତ୍ତମାନ ନିର୍ବାଚିତ ଜନପ୍ରତିନିଧି ମାନେ ଅମଲାତନ୍ତ୍ରର ଅଧୀନ ଭଳି କାର୍ଯ୍ୟ କରିବା କେବଳ ଆମର ସଂସଦୀୟ ଗଣତନ୍ତ୍ର ପ୍ରତି ଅସମ୍ମାନ ନୁହେଁ, ଏହା ବି ସମ୍ବିଧାନର ପରିପନ୍ଥୀ। ଏଭଳି ବ୍ୟବସ୍ଥାର ଅନ୍ତ ଘଟିବା ଉଚିତ ବୋଲି ସେ କହିଥିଲେ। ଏଥିରେ ସିମାଞ୍ଚଳ ଆଚାର୍ଯ୍ୟ, ପୂର୍ବତନ ସାଂସଦ ନକୁଳ ନାୟକ, ସୀତାରାମ ପଣ୍ଡା, ଜ଼ିଲ୍ଲା ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର, ଏନଏସି ଯୁବ କଂଗ୍ରେସ ସଭାପତି ବିଶ୍ୱାଳ ସାମଲ, ଅଜୟନ୍ତୀ ପ୍ରଧାନ, ଅମୀର ଚାନ୍ଦ ନାୟକ, ଏନଏସି ନଗର ସଭାପତି ସ୍ଵପ୍ନେଶ୍ଵର ସାହୁ, ବ୍ଲକ ସଭାପତି ଆଇବର ନାୟକ, ସଦାନନ୍ଦ ମଳିକ, ଟୁଟୁ ଆଚାରୀ, କେ. ବଳରାମ ଦୋରା, ଉପେନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ଦାସ, ଜିରୀମୟ ସୁନା ମାଝୀ, ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ତୃଣମୂଳ ସ୍ତରରୁ ହିଁ କଂଗ୍ରେସକୁ ମଜଭୂତ କରିବାକୁ ଶପଥ ନେଇଥିଲେ l ଏହି କର୍ମି ସମ୍ମିଳନୀରେ ବାଲିଗୁଡା ସମେତ ତୁମୁଡିବନ୍ଧ, କୋଟଗଡ ଓ କ.ନୂଆଗାଁ ବ୍ଲକ ଅଞ୍ଚଳର ଶତାଧିକ କଂଗ୍ରେସ କର୍ମି ଉପସ୍ଥିତ ଥିଲେ l
କନ୍ଧମାଳରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ ଓଡିଶା l

Related Articles

Back to top button