୧୩ ବର୍ଷିୟ ନାବାଳିକା କରିଦେଲା କାଙ୍ଗାଳ, ଗେମ୍ରେ ଉଡାଇଦେଲେ ୫୨ଲକ୍ଷରୁ ଅଧିକ ଟଙ୍କା*


ଯଦି ଆପଣ ପିଲାମାନଙ୍କୁ ଫୋନ୍ ଦେଉଛନ୍ତି, ତେବେ ହୋଇଯାନ୍ତୁ ସାବଧାନ । କାରଣ ବର୍ତ୍ତମାନ ସମୟରେ ପିଲାଙ୍କ ଉପରେ ବେଶ୍ ପ୍ରଭାବ ପକାଉଛି ଅନଲାଇନ୍ ଗେମ୍ । ଯଦି ଏପରି ନହୁଏ ତେବେ ଆପଣଙ୍କ ପିଲାଙ୍କ ସହିତ ମଧ୍ୟ ହେବ ଚୀନର ଏହି ଝିଅ ପରି ଅବସ୍ଥା । ବାସ୍ତବରେ ଚାଇନାର ଗୋଟିଏ ୧୩ ବର୍ଷିୟ ଝିଅ ଅନଲାଇନ୍ ଗେମ୍ରେ ଏତେ ଟଙ୍କା ହରାଇଛି ଯେ, ଯାହା ଆପଣ ଶୁଣିବା ପରେ କଳ୍ପନା ମଧ୍ୟ କରିପାରିବେ ନାହିଁ । ତାଙ୍କ ମା ଯେତେବେଳେ ଆକାଉଣ୍ଟ ଚେକ୍ କରିଥିଲେ, ସେତେବେଳେ ତାଙ୍କ ଆକାଉଣ୍ଟରେ ଥିଲା ମାତ୍ର ୫ ଟଙ୍କା । ଯାହାକୁ ଦେଖିବା ପରେ ତାଙ୍କ ମାଙ୍କର ଘୁରେଇ ଯାଇଥିଲା ମୁଣ୍ଡ ।
ଏକ ରିପୋର୍ଟ ଅନୁଯାୟୀ, ଚାଇନାର ହେନାନ ପ୍ରଦେଶର ଏହି ୧୩ ବର୍ଷିୟ ଝିଅ ଲଗାତାର ଫୋନରେ ଲାଗି ରହୁଥିଲେ । ଆଉ ଅନଲାଇନ୍ ଗେମ ଖେଳୁଥିଲେ । ମା ଅନେକ ଥର ଏନେଇ ବାଧା ଦେଇଥିଲେ । କିନ୍ତୁ ସେ ଏଥିରୁ ବାହାରିନଥିଲେ । ତାଙ୍କୁ ଗେମ୍ ପାଇଁ ଆବଶ୍ୟକ ଥିଲା ଟଙ୍କା । ଆଉ ସେ ମା’ଙ୍କ ଆକାଉଣ୍ଟକୁ ଗେମ ସହ କରିଦେଇଥିଲେ ଲିଙ୍କ୍ । ଏହାପରେ ଟଙ୍କା କଟିବା ହୋଇଥିଲା ଆରମ୍ଭ । କିନ୍ତୁ ସେତେବେଳେ ବି ଜାଣିପାରିନଥିଲେ ମା । ଦିନେ ଶିକ୍ଷକ ତାଙ୍କୁ ଏପରି କରୁଥିବା ଦେଖିଥିଲେ । ଆଉ ସଙ୍ଗେ ସଙ୍ଗେ ତାଙ୍କ ମା’ଙ୍କୁ ଜଣାଇଥିଲେ।
ଯେତେବେଳେ ମା ତାଙ୍କ ବ୍ୟାଙ୍କ ବାଲାନ୍ସ ଚେକ୍ କରିଥିଲେ, ସେତେବେଳେ ହୋଇଯାଇଥିଲେ ଆବାକ । କାରଣ ସେତେବେଳକୁ ୪୪୯,୫୦୦ୟୁଆନ୍ ଅର୍ଥାତ୍ ପ୍ରାୟ ୫୨ ଲକ୍ଷ ୭୧ ହଜାର ଟଙ୍କା କଟିସାରିଥିଲା । ଆକାଉଣ୍ଟରେ କେବଳ ବାକି ରହିଥିଲା ମାତ୍ର ୫ ଟଙ୍କା । ଯେତେବେଳେ ଝିଅଟିକୁ ଏନେଇ ପ୍ରଶ୍ନ କରାଯାଇଥିଲା, ସେ କହିଥିଲେ କି ୧୪ ଲକ୍ଷ ଟଙ୍କାର କିଣିଛନ୍ତି ଅନଲାଇନ ଗେମ୍ । କେବେଳ ନିଜେ କିଣିନାହାନ୍ତି, ତାଙ୍କର ୧୦ ସାଙ୍ଗଙ୍କ ପାଇଁ ମଧ୍ୟ କିଣିଛନ୍ତି । ଯାହାଦ୍ବାରା ସେମାନେ ଏକାଠି ହୋଇ ଗେମ ଖେଳିପାରିବେ ।




