Orisha

ତାଳଚେର ରାଜପ୍ରସାଦରେ ପାଇକ ଆଖଡ଼ା

ତାଳଚେର, ୦୭/୧୦ ଉତ୍କଳର ପରମ୍ପରାକୁ ବଜାୟ ରଖିବା ନେଇ ବାରମାସରେ ତେରପର୍ବ ଓଡ଼ିଶାବାସୀ ପାଳନ କରୁଥିବା ଅବସରରେ ତାଳଚେର ରାଜପ୍ରସାଦରେ ଦଶହରା ଓ ପୂର୍ଣ୍ଣିମା ଉପଲକ୍ଷେ ରାଜା ସୌଭାଗ୍ୟ ଚନ୍ଦ୍ର ଦେବ୍ ମେମୋରିଆଲ୍ ୨୦୨୫ ପକ୍ଷରୁ ପାଇକ ଆଖଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତାଳଚେରର ମା’ ଅଧିଷ୍ଠାତ୍ରୀ ଦେବୀଙ୍କ ଆଜ୍ଞମାଳ ଆଣିବାପରେ ବୀରପାଇକମାନେ ଏକ ବିରାଟ ପଟ୍ଟୁଆରରେ ଦଶହରା ପଡ଼ିଆ ଠାରୁ ବାହାରି ରାଜପ୍ରସାଦ ଠାରେ ପଂହଚିଥିଲେ ଓ ପ୍ରତ୍ୟେକ ସାହି ଛକରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ବନ୍ଦାପନା କରି ଆଶିର୍ବାଦ ଭିକ୍ଷା କରିଥିଲେ । ଏହି ଆଖଡ଼ାରେ ବଅଁରପାଳ ବ୍ଲକ ବୁଢ଼ାପଙ୍କ, ତାଳଚେର ବ୍ଲକ ସନ୍ଥପଡ଼ା, ଖୋଲୁଆ, ଗୋପାଳପ୍ରସାଦ ପାଇକ ସଂଘ, ମା’ହିଙ୍ଗୁଳା କ୍ଷେତ୍ରିୟ ସଂଘ (ଗୋପାପ୍ରସାଦ), କିଶୋରପାଳ, କଙ୍କିଳି, ରେଙ୍ଗାଳି, ବଜ୍ରକୋଟ, ଡ଼େରେଙ୍ଗ, କୁଲେଇ, ସୁଲେଇପାଳ, ଝୁଲାଖୁଂଟିଆ ଇତ୍ୟାଦି ଗ୍ରାମର ପ୍ରତିଯୋଗୀମାନେ ଏହି ପାଇଖଆଖଡ଼ାରେ ଭାଗନେଇ ସେମାନଙ୍କର ପାରମ୍ପାରିକ ରୀତିନୀତି ଅନୁଯାୟୀ ଖେଳପ୍ରଦର୍ଶନ କରିଥିଲେ । ବୀର କ୍ଷେତ୍ରିୟମାନେ ନିଜର ଉଚ୍ଚକୋଟ୍ଟୀ ବୀରତ୍ୱ ପ୍ରଦର୍ଶନ କରି ସମସ୍ତଙ୍କ ମନକୁ ଜିଣି ପାରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ରାଜପ୍ରସାଦଟି ଲୋକାରଣ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ତାଳଚେର ଉପଜିଳ୍ଳାପାଳ ସମୀର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ତାଳଚେର ରାଜାସାହେବ ବିଜେନ୍ଦ୍ର ଚନ୍ଦ୍ର ଦେବ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related Articles

Back to top button