Orisha

ପୁରୁଣାକଟକ ମଣ୍ଡଳ ପକ୍ଷରୁ ସେବା ପକ୍ଷ ରେ ବୃଦ୍ଧା ଶ୍ରମରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ….

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ 8ନଂ ଜୋନ ପୁରୁଣାକଟକ ମଣ୍ଡଳ ପକ୍ଷରୁ ଯଶସ୍ବୀ ନରେନ୍ଦ୍ର ମୋଦିଜୀ ଙ୍କ 75 ଜନ୍ମ ବାର୍ଷିକ ଅବସରରେ ସେବା ପକ୍ଷ ଚାଲୁ ରହିଛି l ଉକ୍ତ ସେବା ପକ୍ଷ ରେ ପୂର୍ବରୁ ବାବା ଭୂତେଶ୍ୱର ପୀଠ ଠାରେ ବୃକ୍ଷ ରୋପଣ,ରାମଗଡ କେଦାରେଶ୍ୱର ଶୈବ ପୀଠ ପରିସରେ ସ୍ୱଚ୍ଛ ଭାରତ ଅଭିଯାନ ସଫେଇ କାର୍ଯ୍ୟକ୍ରମ ସହିତ ବୁଧବାର ଝାଡ଼ ରାଜିଙ୍ଗ ବୃଦ୍ଧା ସେବାଶ୍ରମ ଠାରେ ମଣ୍ଡକ ପକ୍ଷରୁ ସଭାପତି ବିନୋଦ ପ୍ରଧାନ ଙ୍କ ଅଧକ୍ଷତା ରେ କାର୍ଯ୍ୟକ୍ରମ ରେ ସେବା ଶ୍ରମ ରେ ଥିବା ମା, ଓ ବାପା ଙ୍କୁ ପ୍ରଥମେ ଭକ୍ତିପୂତ ପ୍ରଣାମ ସହିତ ସମ୍ବର୍ଦ୍ଧନା କରି ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମଣ୍ଡଳ ସଭାପତି ବାମନ ବାରିକ, ବରିଷ୍ଠ ବିଜେପିକାର୍ଯ୍ୟ କର୍ତା କୈଳାସ ଅଗ୍ରୱାଲ, ପିତାମ୍ବର ପୁର ସରପଞ୍ଚ ଅଜିତ ବାରିକ, ରାମଗଡ ପଂଚାୟତ ର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ଜିପେପି ନେତା ପ୍ରଦୀପ ସେଠୀ,ଯୁବ ସଂଗଠକ ଲୁଲୁ ସେଠୀ, ଶାନ୍ତିଲତା ମହାକୁଡ଼, ପ୍ରବୀର ମହାର, ବିକ୍ରମ ପ୍ରଧାନ, ଭରତ ପ୍ରଧାନ ସହିତ 8ନଂ ଜୋନ ର ସମସ୍ତ ପଂଚାୟତ ର ବିଜେପି କାର୍ଯ୍ୟକର୍ତା ସାମିଲ ରହିଥିଲେ l

 

Related Articles

Back to top button