Breaking News

ଆସ୍ଥା ବିଶ୍ବାସ ଆଉ ଆଦିବାସୀ ଙ୍କ ପରମ୍ପରା ସୁନାବେଡା ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ମାଁ ସୁନାଦେଈଙ୍କ ଛତର ଯାତ୍ରା ସମ୍ପନ୍ନ

ମାଁ କୁ ଡାକିଦେଲେ ଓ ଦୁଃଖ ଦୂର କରନ୍ତି ବୋଲି ଦୂରଦୂରାନ୍ତ ରୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ। ଆସ୍ଥା, ବିଶ୍ବାସ ଆଉ ପରମ୍ପରା ର ପର୍ବ, ସୁନାବେଡା ମାଁ ସୁନା ଦେଈଙ୍କ ଶକ୍ତିପୀଠ ରେ ଚାଲିଛି ଆଦିବାସୀ ପରମ୍ପରାର ଉପାସନା।ରକ୍ତ ରଞ୍ଜିତ ଦେବୀ ପୀଠ। ନୂଆପଡା ଜିଲ୍ଲା କୋମନା ବ୍ଲକର ସୁନାବେଡା ଗ୍ରାମରେ ମାଁ ସୁନାଦେଈଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତ ରୁ ସହସ୍ରାଧିକ ଭକ୍ତ ଶ୍ରଦ୍ଧାଳୁ ଙ୍କୁ ଭିଡ଼।କୁମାର ପୂର୍ଣ୍ଣିମାରେ ଅଞ୍ଚଳର ଇଷ୍ଟ ଦେବୀ ସୁନାଦେଈଙ୍କ ଦଶହରା ଛତର ଯାତ୍ରା। ବହୁ ପୁରାତନ ପ୍ରତ୍ୟକ୍ଷ ଶକ୍ତିପୀଠ । ସୁନାବେଡା ଗାଁ ର ପାହାଡ ପାଦ ଦେଶରେ ଦେବୀଙ୍କ ସର୍ବ ପୁରାତନ ଆସ୍ଥାନ ରହିଛି। ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ମନସ୍କାମନା ପୂରଣ ପାଇଁ ଦେବୀଙ୍କ ପାଖରେ ଶରଣାର୍ଥୀ ହୋଇ ମାନସିକ କରିଥାନ୍ତି । ମନସ୍କାମନା ପୂର୍ଣ୍ଣ ହେଲେ ଏହି ଯାତ୍ରା ସମୟରେ ଶତାଧିକ ଭକ୍ତ ମାନସିକ ଧାରୀ ଆସି ବଳି ପୂଜା କରିଚନ୍ତି। ବୋଦା, ପାରା, କୁକୁଡ଼ା ବଳି ଦେଇ ପୂଜାର୍ଚ୍ଚନା କରୁଛନ୍ତି । ତିନି ଦିନ ଧରି ପୂଜାର୍ଚ୍ଚନା କରି ମାନସିକ ଧାରୀ ବଳି ପୂଜା କରିଥିଲେ।ମାଁ ଙ୍କ ନୃତ୍ୟ , ପୂଜା ବିଧି ରେ ପୂର୍ବ ପୁରୁଷନୁକ୍ରମେ ଏହି ସୁନାବେଡା ଗ୍ରାମ ବାସୀ ମହୁରୀ, ନିଶାନ ବାଦ୍ୟରେ ମାଁ ଙ୍କ ବାଜା ବଜାଇ ଦେବୀଙ୍କୁ ଛତର ଯାତ୍ରା ଶୋଭାଯାତ୍ରାରେ ନେଇ ଗ୍ରାମ ପରିକ୍ରମା ପରେ ଦେବୀଙ୍କ ମୁଖ୍ୟ ମନ୍ଦିରରେ ଉପବେଷ୍ଟିତ କରିଥାଆନ୍ତି।ଆସ୍ଥା ବିଶ୍ବାସ ଆଉ ପରମ୍ପରା ମଧ୍ୟରେ ଆଦିବାସୀ ପରମ୍ପରାରେ ମାଁ ସୁନାଦେଈଙ୍କ ପୂଜାର୍ଚ୍ଚନା ଚାଲିଛି। ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ ହେଉଛି କିନ୍ତୁ ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଦେଖିବାକୁ ମିଳିଥିଲା । ସି ଆର ପି ଏଫ୍ ଯବାନ ମୁତୟନ ରହି ଯାନ ବାହନ ଚଳାଚଳ ନିୟନ୍ତ୍ରଣ କରିବାରେ ସହଯୋଗ କରୁଥିବାର ଦେଖିବାକୁ ମିଳିଥିଲା,ତଥା ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନ ମାଁଙ୍କ ମନ୍ଦିର ପାଖକୁ ଅବାଧରେ ପ୍ରବେଶ କରୁଥିବାରୁ ଯିବା ଆସିବା ପାଇଁ ବହୁତ୍ ଅସୁବିଧା ଦେଖିବାକୁ ମିଳିଥିଲା। ସୁନାବେଡା ଅଞ୍ଚଳ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ହେଇଥିବାରୁ ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ନଭେମ୍ବର ମାସରେ ହେବାକୁ ଯାଉ ଥିବାରୁ ଖରୀଆର ମାନ୍ୟବର ବିଧ୍ୟାୟକ ଅଧିରାଜ ପାଣିଗ୍ରାହୀ,ପିସିସି ସଭାପତି ଭକ୍ତଚରଣ ଦାସ ତଥା ପୂର୍ବତନ କଣ୍ଟାବାଞ୍ଜି ବିଧ୍ୟାୟକ ସନ୍ତୋଷ ସିଂ ସାଲୁଜା ଓ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ମଧ୍ୟ ମାଁଙ୍କ ଛତର ଯାତ୍ରାରେ ଉପସ୍ଥିତ ରହି ଥିବାର ଦେଖିବାକୁ ମିଳିଥିଲା। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର

Related Articles

Back to top button