ଗଜଲକ୍ଷ୍ମୀ ପୂଜା ଅବସରରେ “ସଂକୀର୍ତ୍ତନ୍ୟ ଆନ୍ତକ୍ଷରୀ….. … ଯୋଗ ଦେଲେ ମୁଖ୍ୟ ସଚେତକ….

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ). ବୌଦ୍ଧ ଜିଲ୍ଲା ସଦର ଟୁଟୁସିଙ୍ଗା ଗ୍ରାମରେ ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଗଜଲକ୍ଷ୍ମୀ ପୂଜା ଅବସରରେ ସଂକୀର୍ତ୍ତନ୍ୟ ଆନ୍ତକ୍ଷରୀ କାର୍ଯ୍ୟକ୍ରମ ବରିଷ୍ଠ କଳାକାର ତଥା ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ବିଶି ଙ୍କ ତତ୍ୱାବଧାନ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନିଜେ ବିଚାରକ ଭାବେ କାର୍ଯ୍ୟଭାର ତୁଲାଇ ଥିଲେ l ଉକ୍ତ ଅନ୍ତାକ୍ଷରୀ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା l “ଜଗନ୍ନାଥ “ଦଳରେ ଦଳ ର ମୁଖ୍ୟ ଗାୟକ ରାଜେଶ ଦୀପ, ରବିନାରାୟଣ ଦେହୁରୀ, ସଂକୀର୍ତନ୍ୟ ସେଠି,ଧୃବ କଉଡିଆ ଥିବା ବେଳେ “ବଳରାମ “ଦଳରେ ଦଳ ମୁଖ୍ୟ ଗୌରାଙ୍ଗ ମେହେର ଚତୁର୍ଭୁଜ ମାଝୀ, ସୁରୁ ଚରଣ ମେଣ୍ଡୁଳି ଅଂଶ ଗ୍ରହଣ କରିଥିଲେ l ଅନ୍ତାକ୍ଷରୀ କାର୍ଯ୍ୟକ୍ରମ ରେ ବୌଦ୍ଧ ବିଧାୟକ ତଥା ଓଡିଶା ସରକାର ଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିବା ସହିତ କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିଲେ l ଅନ୍ତାକ୍ଷରୀ କାର୍ଯ୍ୟକ୍ରମ କୁ ସଂକୀର୍ତ୍ତନ୍ୟ ଗୁରୁ ମନୋରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଯନ୍ତ୍ର ସଂଯୋଜନା ରେ ସଞ୍ଜୟ ପ୍ରଧାନ, ସଞ୍ଜୟ ମାଝୀ, ବିଭୁତି ଭୂଷଣ ଗିରି, ସୁଧୀର ଭୋଇ ସନ୍ତୋଷ ବେହେରା ଓ କୁମୁଦ ମାଝୀ ଅଂଶ ଗ୍ରହଣ କରିଥିଲେ l ସଂକୀର୍ତ୍ତନ୍ୟ ଅମୃତ ଧାରା ବୌଦ୍ଧ ଜିଲ୍ଲା ରେ ପ୍ରଥମ ଥର ଏହି କାର୍ଯ୍ୟକ୍ରମ କରିଥିବାରୁ ସମସ୍ତ ଙ୍କୁ ବେଶ ଆଦୃତ କରିଥିଲା l କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାର ଙ୍କୁ ମୁଖ୍ୟ ସଚେତକ ସମ୍ମାନିତ କରିଥିଲେ l