ଛଅ ‘ ମାସ ପାଇଁ ବୋରଗୁଡା ଗାଁ କୁ ଆସନ୍ତି ହଜାର ହଜାର ପକ୍ଷୀ। ଗାଁ ଲୋକେ ଦିଅନ୍ତି ସୁରକ୍ଷା

_ଛ’ ମାସ ପାଇଁ ବୋରଭଟା ଗାଁ କୁ ଆସନ୍ତି ହଜାର ହଜାର ପକ୍ଷୀ ।ଜିବିକା ପାଇଁ ଚାଷ ଜମି ଓ ଆଖପାଖ ନଦୀରେ ଯାଆନ୍ତି। ଗାଁ ମୁଣ୍ଡ ର ପୁରୁଣା ଗଛ ରେ ବସା କରନ୍ତି, ଛୁଆ ଙ୍କ ଯତ୍ନ ନିଅନ୍ତି। ଛୁଆ ବଡ଼ ବଡ଼ ହେଲେ ପୁଣି ଫେରି ଯାଇଥାନ୍ତି। ୧୦ବର୍ଷ ରୁ ଅଧିକ ସମୟ ହେବ , ପକ୍ଷୀ ମାନେ ଗାଁ କୁ ଆସି ରୁହନ୍ତି । ସମୁଦ୍ର କୁଳିଆ ପକ୍ଷୀ ହୋଇଥିବାରୁ ଶିକାରୀ ମାନଙ୍କ ନଜର ରହେ। ହେଲେ ଗାଁ ଲୋକେ ଶିକାରୀ ମାନଙ୍କୁ ମନା କରନ୍ତି। ତେଣୁ ଗାଁ ଲୋକ ସହ ପକ୍ଷୀ ମାନଙ୍କ ବନ୍ଧୁ ଭଳି ସମ୍ପର୍କ ।
Vo_ଦିନଥିଲା ଗାଁ ମଝିର ବରଗଛରେ ନାନାପ୍ରକାର ର ପକ୍ଷୀ ର ରାବ , କିଚିରି ମିଚିରି ଶବ୍ଦ କରୁଥିଲା। ହେଲେ ଆଧୁନିକତାର କୋପରେ ପକ୍ଷୀ ମାନେ ଲୋପ ପାଇଗଲେ। ସମୁଦ୍ର ଜାତୀୟ ପକ୍ଷୀ ଙ୍କ ଉପରେ ଶିକାରୀ ଙ୍କ ନଜର । ଶିକାରୀ ମାନଙ୍କ ଯୋଗୁଁ ପକ୍ଷୀ ଲୋପ ପାଇବାକୁ ବସିଲାଣି। ହେଲେ ଏମିତି ଗାଁ ରହିଛି, ଯେଉଁଠି ଛ’ ମାସ ପାଇଁ ପ୍ରତ୍ୟେକ ବର୍ଷ ଆସନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କାମଠଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋରଭଟା ।ପ୍ରତି ବର୍ଷ ବର୍ଷାଋତୁ ଆରମ୍ଭ ହେଲେ ବାହାର ରାଜ୍ୟରୁ ବିଭିନ୍ନ ପ୍ରଜାତିର ଶତାଧିକ ପକ୍ଷୀ ଆସନ୍ତି ଓ ଗ୍ରାମ ଶେଷ ମୁଣ୍ଡରେ ଥିବା ଗ୍ରାମଦେବୀ ମାଁ ଧରଣୀ ପୀଠରେ ଥିବା ଗଛରେ ବସା ବାନ୍ଧି ଆଶ୍ରୟ ନିଅନ୍ତି ।
ଆଖପାଖ ଜମି ଓ ପୋଖରୀରୁ ଖାଦ୍ୟ ସଂଗ୍ରହ କରିଥାଆନ୍ତି ଓ ବଂଶ ବିସ୍ତାର କରିଥାନ୍ତି। ବୋରଭଟା ଗ୍ରାମବାସୀ ପକ୍ଷୀ ମାନଙ୍କ ସୁରକ୍ଷା ଦେବା ସହ କୌଣସି ବାହାରିଆ ଲୋକ ପକ୍ଷୀ ଶିକାର କରିବା ପାଇଁ ଆସିଲେ ମନା କରନ୍ତି। ପ୍ରତି ବର୍ଷ ପକ୍ଷୀ ଆସିବା କାରଣ ଶାନ୍ତ ପରିବେଶ, ସହଜ ଓ ସୁବିଧାରେ ଖାଦ୍ୟ ସଂଗ୍ରହ ଓ ସୁରକ୍ଷିତ ଥିବାରୁ ଆସି ରହିଥାଆନ୍ତି ଓ ପେବୃଆରୀ ମାସ ପରେ ଫେରି ଯାଆନ୍ତି। ଗ୍ରାମର ଝାଙ୍କର ଶ୍ରୀରାମାକାନ୍ତ ମାଝୀଙ୍କ ଘର ପାଖରେ ଥିବା ହେତୁ ସବୁବେଳେ ଦୃଷ୍ଟି ଦିଅନ୍ତି। ପକ୍ଷୀ ଆଉ ଗ୍ରାମବାସୀ ଙ୍କ ସମ୍ପର୍କ ବନ୍ଧୁ ଭଳି । ପକ୍ଷୀ ଙ୍କ ସୁରକ୍ଷା ମଧ୍ୟ ଦିଅନ୍ତି।ବନ ବିଭାଗ ପକ୍ଷରୁ ପକ୍ଷୀ ମାନଙ୍କ ପାଇଁ ରହିବା ବ୍ୟବସ୍ଥା କଲେ ଭଲ ହୁଅନ୍ତା। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର