Breaking News

ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବ,

*ପ୍ରଶାସନର ଅନୁରୋଧ କ୍ରମେ ଆନ୍ଦୋଳନ ପ୍ରତ୍ୟାହୃତ*

 

*କେନ୍ଦ୍ରାପଡା*

 

 ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳ ଅଫିସି ସମ୍ମୁଖରେ ପାଞ୍ଚ ଦିନ ଧରି ଚାଲିଥିବା ଆହୋରାତ୍ର ଗଣଧାରଣା ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ପ୍ରତ୍ୟାହୃତ ହୋଇଛି।ପ୍ରତିଶ୍ରୁତିରେ ଜିଲ୍ଲା ପ୍ରଶାସନ କହିଛି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ।ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲିକ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଦାବିପତ୍ର ଗ୍ରହଣ କରି ଆନ୍ଦୋଳନକାରୀଙ୍କ ସହିତ ବିଶେଷ ଭାବେ ଆଲୋଚନା କରିଥିଲେ।ପ୍ରକାଶ ଥାଉକି ଗତ ବିଧାନସଭା ଅଧିବେଶନରେ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ କହିଲେ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।ଏହା ଜିଲ୍ଲାବାସୀଙ୍କୁ ଭଣ୍ଡେଇବା ବ୍ୟତୀତ ଅନ୍ୟକିଛି ନୁହେଁ।ଜିଲ୍ଲାବାସୀ ଓ ଆନ୍ଦୋଳନକାରୀ ଏହାକୁ ପ୍ରତ୍ୟାଖାନ କରିଛନ୍ତି।ଆଜିର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲେ ବି ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପ୍ରଶାସନ ଦେଇଥିବା କଥା ଉପରେ ଦୃଷ୍ଟି ରଖିଛି।ପରବର୍ତ୍ତୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କଣ ରହିବ ତାହା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ ଉପରେ ନିର୍ଭର କରୁଛି।ଏହି ଆନ୍ଦୋଳନ ରେ ଜିଲ୍ଲାର ବିଭିନ୍ନ ବର୍ଗର ର ଜନଗଣ ସାମିଲ ହୋଇଥିବାରୁ କ୍ରିୟାନୁଷ୍ଠାନ କମିଟି ଧନ୍ୟବାଦ ଦେଇଛି। ସଭାପତି ଅଧ୍ୟାପକ ଅଜୟ ସାମଲ, ଆବହକମଣ୍ଡଳୀ ସଭ୍ୟ ଗୟାଧର ଧଳ, ପ୍ରଫୁଲ ଦାସ, ଆଦିକନ୍ଦ ରାଉଳ, ମୁକ୍ତାର ଖାଁ, ସୂର୍ଯ୍ୟକାନ୍ତ ପରିଡା,ଭାଗିରଥି ଜେନାଙ୍କ ନେତୃତ୍ବରେ ଆହୁତ ଏହି ଗଣଧାରଣାରେ ପୂର୍ବତନ ବିଧାୟିକା ସିପ୍ରା ମଲିକ,ବିଜେଡି ନେତା ରବି ସାମଲ, ପୂର୍ବତନ ନଗରପାଳ, ଆକବର ଅଲ୍ଲୀ,ଧୀରେନ ସାହୁ, କଂଗ୍ରେସ ରାଜ୍ୟ ସମ୍ପାଦିକା ସସ୍ମିତା ପଣ୍ଡା, ଆପ ରାଜ୍ୟ ସମ୍ପାଦକ ସଂଦୀପ୍ତ ଦାସ,ବୈଷ୍ଣବ ସ୍ୱାଇଁ, ମହେନ୍ଦ୍ର ପଟ୍ଟନାୟକ, ସଞ୍ଜୟ ବସନ୍ତିଆ, ସୀତାକାନ୍ତ ନାୟକ, ସୁରେଶ ପଟ୍ଟନାୟକ, ଭାବଗ୍ରାହୀ ନାୟକ,ଅମରେନ୍ଦ୍ର ଦାସ, ବିଦୁଭୂଷଣ ମହାପାତ୍ର, ଫକୀର ଖଟୁଆ, ସିପିଏମ ନେତା ଜଗତଜୀବନ ଦାସ, ମାଧବ ଦାସ, ବିକାଶ ବେଉରା,ଦାସରଥୀ ସାହୁ, କୁଳମଣି ରାଉତ ,ନରୋତ୍ତମ ପାର୍ଥସାରଥୀ,ବିଜୟ ପରିଡା, ପ୍ରକାଶ ମହାନ୍ତି, ରାଜକୁମାର ବିଶ୍ୱାଳ, କିଶୋର ସାହୁ, ବିଜୟ ନାୟକ, ଗୋଲକ ମହାଭୋଇ, ଗାନ୍ଧୀ ବାଦୀ ଅଭିମନ୍ୟୁ ରାଉତ,ସନ୍ତୋଷ ବେହେରା, ପ୍ରମୋଦ ବେହେରା, ଦିଲ୍ଲୀପ ମିଶ୍ର, ପ୍ରଭାକର ସାମଲ ଧୀରେନ୍ଦ୍ର ବେହେରା ପ୍ରମୁଖ ବିଭିନ୍ନ ସମୟରେ ଆନ୍ଦୋଳନରେ ମୁଖ୍ୟ ଆଧାର ରେ ଅଂଶଗ୍ରହଣ କରିଥିଲେ |

 

*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ)*

Related Articles

Back to top button