Orisha

ଗାନ୍ଧୀଜୟନ୍ତୀ ଅବସରରେ କୋଦଳା ଏନ. ଏ. ସି ର ସ୍ୱଚ୍ଛତା ଉତ୍ସବ ଅନୁଷ୍ଠିତ 

 

ତା 2.10.25 ଦିନ କୋଦଳା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସ୍ୱଛତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି.ଏହି ସଭାରେ ସ୍ୱଚ୍ଛସାଥି, ସ୍ୱଛକର୍ମୀ ଓ ବିଭିନ୍ନ ବିଦ୍ୟାଳୟ ଏବଂ କଲେଜ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ. ଏହି କାର୍ଯ୍ୟକ୍ରମ କ୍ରମରେ ମୁଖ୍ୟ ଅତିଥି ଭାବେ କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟନାରାୟଣ ନାୟକ ଏବଂ ଅତିଥି ଭାବେ ଏନ. ଏ. ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ରଥ ଯୋଗଦେଇଥିଲେ.ଗାନ୍ଧିଜୀଙ୍କ ନୀତିଆଦର୍ଶ,ପରିବେଶକୁ ସ୍ୱଚ୍ଛରଖିବା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ନିବେଦନ କରିଥିଲେ ଏବଂ କୋଦଳା ଅଂଚଳ ସ୍ୱଚ୍ଛକର୍ମଚାରୀମାନଙ୍କୁ ନେଇ ଆଜି ଏକ ସ୍ଵଛପରିବେଶ ସମ୍ଭବ ହୋଇପାରିଛି,ମତବ୍ୟକ୍ତ କରିଥିଲେ ଓ ସ୍ଵଛସାଥୀ, ସ୍ୱଚ୍ଛକର୍ମୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ. ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାର୍ଣ୍ଣ ବଣ୍ଟନ ହୋଇଥିଲା

Related Articles

Back to top button