ତିର୍ତ୍ତୋଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ପଞ୍ଚବିଂଶତମ ବାର୍ଷିକ ଉତ୍ସବ


। ତିର୍ତ୍ତୋଲ ନେହେରୁପଡିଆ ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ର ପଞ୍ଚବିଂଶତମ ବାର୍ଷିକଉତ୍ସବ ଶନିବାରଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ , ଜଗତସିଂପୁର ସାଂସଦ ଡ଼କ୍ଟର ରାଜଶ୍ରୀ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେଯେ , ଶିକ୍ଷା ହେଉଛି ଜୀବନର ମାନଦଣ୍ଡ , ଶିକ୍ଷା ହେଉଛି ସାମାଜିକ ବିକାଶର ମାପକାଠି , ଓ ଶିକ୍ଷା ହେଉଛି ମନୁଷ୍ୟ ମଧ୍ୟରେ ଥିବା ପୂର୍ଣ୍ଣତାର ପରିପ୍ରକାଶ। ବିଶେଷକରି ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ମାନଙ୍କରେ, ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାଦାନର ବ୍ୟବସ୍ଥା ବାସ୍ତବିକ ପ୍ରଂସନୀୟ ! ପରିଚାଳନା ସମିତିର ସଭାପତି ଡକ୍ଟର ବିଷ୍ନୁପ୍ରିୟା ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ,ପ୍ରଧାନ ଆଚାର୍ଯ୍ୟ ଅରୁଣକାନ୍ତ ସାମନ୍ତରାୟ ସ୍ୱାଗତ ଭାଷଣ ଓ ସମ୍ପାଦକ ଉମାକାନ୍ତ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ,!ଜଗତସିଂହପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା , ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁ ,ତିର୍ତ୍ତୋଲ ଶିକ୍ଷାବିଭାଗ ଅଧିକାରୀ ପବିତ୍ର କୁମାର୍ କର ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତିସଭ୍ୟ ପ୍ରବୀର ରାୟ , କୋଷାଧ୍ୟକ୍ ହୃଷିକେଶ ପରିଜା ପ୍ରମୁଖ ମଞ୍ଚାସିନ ହୋଇ ସମବେତ ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ବିଦ୍ୟା ମନ୍ଦିରର ବିଦ୍ୟାର୍ଥୀ ଓ ଗୁରୁମା ମାନଙ୍କୁ ନିମନ୍ତ୍ରୀତି ଅତିଥି ମାନଙ୍କ ଦ୍ୱାରା ଉତ୍ତରୀୟ, ପୁଷ୍ପଗୁଛ, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇ ଥିଲା !ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ସଂଗୀତ ସହିତ ସାମାଜିକ ଶିକ୍ଷାମୂଳକ ନାଟକ ପରିବେଷଣ କରାଯାଇଥିବାର ଦେଖିବାକୁ ମିଳିଥିଲା ! ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !





