ଢେଙ୍କାନାଳ ଜିଲ୍ଲା ର ଗଡଖଙ୍କିରା ତାରିଣୀ ମନ୍ଦିର


ଢେଙ୍କାନାଳ: ତା ୧୨.୦୨.୨୦୨୩ ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ବ୍ଲକ୍ ଖଙ୍କିରା ପଞ୍ଚାୟତ ଅନ୍ତର୍ଗତ ଗଡ଼ଖଙ୍କିରା ଠାରେ ଏକ ବହୁ ପୁରାତନ ତାରିଣୀ ମନ୍ଦିର ଅବସ୍ଥିତ। ଏହି ପୁରାତନ ମନ୍ଦିର ବିଷୟରେ ବୟସ୍କ ଲୋକମାନେ କହନ୍ତି ଢେଙ୍କାନାଳ ରାଜାଙ୍କ ଶାସନ ବେଳରୁ ଦାସ ବାବା ନାମରେ ଜଣେ ବାବା ଏଠାରେ ପୂଜା ଅର୍ଚନା କରୁଥିଲେ ତାଙ୍କର ମୃତ୍ୟୁ ପରେ ଖଙ୍କିରା ଗ୍ରାମବାସୀଙ୍କ ସହଯୋଗରେ ଶ୍ରୀଯୁକ୍ତ ନରସିଂହ ଧୀର ନାମକ ଖଙ୍କିରାର ଜଣେ ବିଶିଷ୍ଟ ବ୍ୟକ୍ତି ଙ୍କ ସହାୟତାରେ ୨୦୧୩ ମସିହାରେ ଏହି ମନ୍ଦିର କୁ ପୁନଃରୁଦ୍ଧାର ତଥା ପ୍ରତିଷ୍ଠା କରାଯାଇଥିଲା । ଏହାର ସୌନ୍ଦର୍ଯ୍ୟ ଅତି ଆକର୍ଷଣୀୟ ପାହାଡର ପାଦଦେଶରେ ଅବସ୍ଥିତ ଦ୍ୱିତୀୟ ତାରିଣୀ ନାମରେ ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଛି ଜିଲ୍ଲା ତଥା ଓଡ଼ିଶା ବାହାର ରୁ ଭକ୍ତ ତଥା ପର୍ଯ୍ୟଟକ ମାନଙ୍କ ସଦା ସର୍ବଦା ଭିଡ ଲାଗି ରହିଛି। ଏହିଠାରେ ସମସ୍ତ ପ୍ରକାର ସୁବିଧା ଥିବାରୁ ଏଠାରେ ଲୋକମାନେ ବାହାଘର,ବ୍ରତଘର ଏହିଠାରେ ଆୟୋଜନ କରନ୍ତି l
ଢେଙ୍କାନାଳ ଖଙ୍କୀରା ରୁ ମନୋରଞ୍ଜନ ମହାପାତ୍ର ଙ୍କ ରିପୋର୍ଟ ସମର୍ଥ News



