ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ


ଭୁବନ ତ ୧୨.୦୨.୨୦୨୩_ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷତ୍ତମପୁର ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ସୁବାଷ କୁମାର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଯାଇଅଛି। ମୁଖ୍ୟ ଅତଥିଭାବେ ମାନ୍ୟବର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ବକ୍ତା ମାନ୍ୟବର ସାଂସଦ ମହେଶ ସାହୁ, ସମ୍ମାନିତ ଅତିଥି ଭାବେ ଆଦିତ୍ୟବାହିନି ଗୋବର୍ଦ୍ଧନ ପୀଠ ପୁରୀ ର ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଭୁବନ ପଞ୍ଚାୟତ ସମିତି ଅଧ୍ୟକ୍ଷା ସିପ୍ରା ବରାଳ, ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ନୋଡାଲ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ଆଦର୍ଶ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସରକାରଙ୍କ ତରଫରୁ ଏହି ଶିକ୍ଷାନଷ୍ଠାନଗୁଡ଼ିକୁ ମଡେଲ ଭାବେ ତିଆରିକରି ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ଉନ୍ନତି ତଥା କ୍ୟାରିୟର ଗଠନ ଦିଗରେ ସହାୟକ ହୋଇପାରିଛି ବୋଲି କହିଥିଲେ। ଏହି ବାର୍ଷିକ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ରେ ବିଭୋର ହୋଇଥିଲେ ଉପସ୍ଥିତ ଦର୍ଶକ, ଅଭିଭାବକ ଆଭିଭାବିକା ମାନେ। ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ଉତ୍ସବ କୁ ସରସ ସୁନ୍ଦର କରିବା ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଙ୍କ ସହ ଅଭିଭାବକ ଆଭିଭାବିକା ମାନେ ସହଯୋଗ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ନୋଡାଲ ଅଧ୍ୟକ୍ଷ ନିଜ ବକ୍ତବ୍ୟରେ କହିଥିଲେ
ଭୁବନ ଢେଙ୍କାନାଳ ରୁ ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ News




