ଆମ୍ବଗାଁ ହାଇସ୍କୁଲରେ ମ୍ୟାଟ୍ରିକ ପରିକ୍ଷାରେ ଶତପ୍ରତିଶତ କୃତିତ୍ଵ


କଣ୍ଟାମାଳ: -୬/୪।୨୫. ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ)ଚଳିତ ମାଧ୍ୟମିକ ଶିକ୍ଷାବୋର୍ଡର ମ୍ୟାଟ୍ରିକ ପରୀକ୍ଷାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଆମ୍ବଗାଁସ୍ଥିତ ଜନତା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୨୦୨୪ – ୨୫ ମାଟ୍ରିକ ପରିକ୍ଷାରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ମୋଟ ଜଣ ପରିକ୍ଷାର୍ଥୀ ମଧ୍ୟରୁ A2 ରେ ୩ଜଣ , B1ରେ ୧୧ଜଣ,B2 ରେ ୧୯ ଜଣ,Cଗ୍ରେଡରେ ୨୭ ଜଣ,D ଗ୍ରେଡରେ ୫ ଜଣ ଓ Eଗ୍ରେଡରେ ୩ଜଣ ପାସ କରିଛନ୍ତି। ସର୍ବୋଚ୍ଚ ୫୦୫ ନମ୍ବର ରଖି ଛାତ୍ରୀ ମଧୁସ୍ମିତ। ରଣା ପ୍ରଥମ ହୋଇଛନ୍ତି,ମାତୃଭାଷା ଓଡ଼ିଆରେ ମୋଟ ୯୦ମାର୍କ ଲେଖାଏଁ ରଖି ମଧୁସ୍ମିତ। ରଣା ଓ ପ୍ରିୟଙ୍କା ରଣା ଭାଷା ବୃତ୍ତି ପାଇବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କର କୃତିତ୍ଵ ପାଇଁ ମଙ୍ଗଳବାର ଏକ ବର୍ଣ୍ଣାତ଼୍ୟ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୁଇ କୃତୀ ଛାତ୍ରୀ ମଧୁସ୍ମିତ ଓ ପ୍ରିୟଙ୍କାଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା କରିଛନ୍ତି ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




