ବାରସିଂହପୁର ଗ୍ରାମରେ*ଅଂଶୁଘାତ ଓ ଜଙ୍ଗଲ ନିଆଁ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ*


କଣ୍ଟାମାଳ:-୨୯/୪/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ବୀରସିଂହପୁର ଗ୍ରାମରେ ଜୁନିଅର ରେଡକ୍ରସ, କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ,ଓ ଯୁବ ରେଡ଼କ୍ରସ, କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ଅଂଶୁଘାତ ଓ ଜଙ୍ଗଲ ନିଆଁ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିପତ୍ତି ବିପର୍ଯ୍ୟୟ ପରିଚାଳନା ସାଧନା କର୍ମୀ ବନମାଳୀ ମେହେର ଓ କଣ୍ଟାମାଳ ମହାବିଦ୍ୟାଳୟ ଯୁବ ରେଡକ୍ରସ କାଉନସିଲର ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ସମୀର ମେହେର ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ l ଅଧ୍ୟାପକ ମେହେର ଜଙ୍ଗଲ ନିଆଁ ଯୋଗୁଁ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି ସମ୍ବନ୍ଧରେ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ବୁଝାଇଥିଲେ l ଗ୍ରାମବାସୀ ତଥା ସମସ୍ତଙ୍କ ମିଳିତ ସହଯୋଗରେ କିପରି ଭାବରେ ଜଙ୍ଗଲା ନିଆଁ କୁ ରୋକା ଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ l ଜୁନିଅର ରେଡ଼କ୍ରସ କାଉନସିଲର ବନମାଳୀ ମେହେର ଅଂଶୁଘାତ ର କାରଣ ଓ ନିରାକରଣ ଉପରେ ଆଲୋଚନା କରିଥିଲେ lଟାଣ ଖରାରେ ପଦାକୁ ବାହାରିବା ନାହିଁ, ଖରାରେ କଠିନ ପରିଶ୍ରମ କରିବା ନାହିଁ, ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା,ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରିବା, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରିବା,ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବା,ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓ.ଆର୍.ଏସ୍ ଦ୍ରବଣ, ପଣା, ତୋରାଣି, ଘୋଳଦହି ଓ ଆଖୁରସ ପିଇବା, ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରିବା,ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖିବା ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦେବା ଇତ୍ୟାଦି ବିଷୟରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ମତପ୍ରକାଶ କରିଥିଲେ l ପରିଶେଷରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀ ଜିତୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,




