କଣ୍ଟାମାଳ ଶିଶୁ ମନ୍ଦିରରେ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ,


କଣ୍ଟାମାଳ: – ତା -୨୪.୦୪.୨୦୨୫ ସମର୍ଥ ନିୟୁଜ ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରଠାରେ ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଇଛି। ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ସନ୍ତୋଷ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସାମ୍ବାଦିକ ଶ୍ରୀ ଜୟ କୁମାର ମହାରଣା ,ସମ୍ମାନିତ ଅତିଥି ସଭାପତି ଲଳିତ କୁମାର ସାହୁ, ମୁଖ୍ୟବକ୍ତା ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବୌଦ୍ଧ ଜିଲ୍ଲା ପ୍ରମୁଖ ଶ୍ରୀ କାର୍ତ୍ତୀକେଶ୍ୱର ବେହେରା ଉପସ୍ଥିତ ରହି ମାର୍ଗଦର୍ଶନ ପ୍ରଦାନ କରିଥିଲେ। ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଭଗବାନ ମନହିରା ପରିଚୟ ପ୍ରଦାନ ଓ ବିବରଣୀ ପଠନ କରିଥିବା ବେଳେ ମସିଣାଗୋରା ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସ୍ଥାନୀୟ ଗୁରୁଜୀ ଗୁରୁମାଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ୭୫ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ନେଉଥିବା ବେଳେ ୩୦ ଜଣ ପ୍ରଶିକ୍ଷକ ପ୍ରଶିକ୍ଷିକା ୩ଦିନ ଧରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂକୁଳ ପ୍ରଧାନ ଆଚାର୍ଯ୍ୟ ମନମୁଣ୍ଡା ଅଶୋକ କୁମାର ବଡମାଳି,ବିଲାସପୁର ବିଜୟ କୁମାର ପ୍ରଧାନ, ଦପଲା ଶ୍ରୀଯୁକ୍ତ ବନମାଳୀ ନାଏକ ,ପଲସାଗୋରା ଶ୍ରୀ ହେମନ୍ତ ପୁଟେଲ, ଘଣ୍ଟାପଡ଼ା ଶ୍ରୀ ଲିଙ୍ଗରାଜ ସେଟ୍ ସହଯୋଗ କରିଥିଲେ। ସ୍ଥାନୀୟ ଶିଶୁ ମନ୍ଦିରର ପରିଚାଳନା ସମିତିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନେତ୍ରାନନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସ୍ଥାନୀୟ ଶିଶୁ ମନ୍ଦିରର ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ତଥା ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକା ବାହନ ଚାଳକ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




