କଣ୍ଟାମାଳ ହାଇସ୍କୁଲରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ


କଣ୍ଟାମାଳ:-୧୨/୪/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡ଼କ୍ରସ୍ ଆନୁକୁଲ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜୁନିଅର୍ ରେଡ଼କ୍ରସ୍ ପରାମର୍ଶଦାତା ତଥା ଶିକ୍ଷକ ବନମାଳୀ ମେହେର ସଂଯୋଜନା କରିଥିଲେ। ବିଦ୍ୟାଳୟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଏକକ ବ୍ୟବହୃତ ପ୍ଲାଷ୍ଟିକ ବୋତଲ, ପଲିଥିନ୍ ଅନ୍ୟାନ୍ୟ ସାମଗ୍ରୀକୁ ବ୍ୟବହାର ନକରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ସହ ବଜାର ଗଲାବେଳେ ପ୍ଲାଷ୍ଟିକ୍ ବ୍ଯାଗ ବଦଳରେ କପଡା ବ୍ୟାଗ ବ୍ୟବହାର କରିବା,ଜଳାଶୟ ଏବଂ ସର୍ବସାଧାରଣ ସ୍ଥାନଗୁଡିକୁ ସଫା ରଖିବା,ଯେତେଦୂର ସମ୍ଭବ ନିଜ ପାଣି ବୋତଲ ସାଥ୍ରେ ନେବା ଓ ସାମାଜିକ ଉତ୍ସବ ଏବଂ ବିଭିନ୍ନ ଇଭେଣ୍ଟ ସମୟରେ ପରିବେଶ ଉପଯୋଗୀ ସାମଗ୍ରୀର ବ୍ୟବହାର କରିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ମନୋରଂଜନ ପ୍ରଧାନ,ଶିକ୍ଷୟତ୍ରୀ ହେମବନ୍ତି ବାଘ ,ଏମ୍ ମାଧୁରୀ ଦୋରା ,ସତ୍ୟଜିତ ପଣ୍ଡା,ଆଲୋକ କୁମାର ପରଡ଼ିଆ, ଶିକ୍ଷୟତ୍ରୀ ମୀରବାଇ ଧରୁଆ, ସୁପ୍ରିୟା ପ୍ରିୟଦର୍ଶିନୀ,ଦୁଷ୍ମନ୍ତ ବିଶ୍ବାଳ,ବୀରଭଦ୍ର ମିଶ୍ର, ଦେବସ୍ରୀତ ପ୍ରଧାନ କର୍ମଚାରୀ ନିଳୀମା ପ୍ରଧାନ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷକ ସରୋଜ ସାହୁ ପରିଚାଳନା କରିଥିଲାବେଳେ ଶିକ୍ଷକ ସୁଜିତ୍ କୁମାର ତରିଆ ଧନ୍ୟବାଦ ଅର୍ପଣ କରିଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




