ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ତରଫରୁ ” ଓଡ଼ିଆ ସଂସ୍କୃତିର ହୃଦୟ ଓ ଆତ୍ମା – ଶ୍ରୀ ଜଗନ୍ନାଥ ” ଶୀର୍ଷକ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ପାଠ୍ୟଚକ୍ର ଅନୁଷ୍ଠିତ


ଅଦ୍ୟ ତା 12.04.2025 ରିଖ ଶନିବାର ଦିନ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ତରଫରୁ ” ଓଡ଼ିଆ ସଂସ୍କୃତିର ହୃଦୟ ଓ ଆତ୍ମା – ଶ୍ରୀ ଜଗନ୍ନାଥ ” ଶୀର୍ଷକ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଯାଇଛି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱ ରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସାଧନାକର୍ମୀ ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀ ଦୁର୍ଗାପ୍ରସାଦ ଦାସ ଯୋଗଦେଇ ଜଗନ୍ନାଥଙ୍କ ଦିନଚର୍ଯ୍ୟା ସହ ମନୁଷ୍ୟ ଚଳଣି ର ତୁଳନାତ୍ମକ ଦିଗ ବିଷଦ ଭାବେ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ ବିଭାଗୀୟ ମୁଖ୍ୟ ଶ୍ରୀ ବିନୋଦ କୁମାର ମିଶ୍ର ସଂଯୋଜକ ବକ୍ତବ୍ୟରେ ଶ୍ରୀ ଜଗନ୍ନାଥ ଙ୍କ ଉତ୍ପତି ତତ୍ତ୍ୱ ବ୍ୟାଖ୍ୟା କରିଥିଲେ ପ୍ରଶାସନିକ ପରିଚାଳିକା ଶ୍ରୀମତୀ ରଞ୍ଜୁବାଳା ନନ୍ଦ ଏବଂ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ଶ୍ରୀ ସପନ କୁମାର ଦାଶ କ୍ଷେତ୍ର ମାହାତ୍ମ୍ୟ ଆଲୋଚନା କରିବା ସହ ବିଭାଗୀୟ ଛାତ୍ରଛାତ୍ରୀ ସୃଜନ ଶିଳ କବିତା ମାନ ପ୍ରାଚୀର ପତ୍ରିକାରେ ଉନ୍ମୋଚନ କରାଯାଇ ଥିଲା ଉପହାର ସ୍ୱରୂପ ” ବୃକ୍ଷ ଟିଏ ଆମର ଜୀବନ ” ବାର୍ତା ପ୍ରଦାନ କରି ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ଗୃହ ଲକ୍ଷ୍ମୀ ସାହୁଙ୍କ ଦ୍ୱାରା ପାଠ୍ୟଚକ୍ର ର ସୁପରିଚାଳନା ପାଇଁ ଅନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା




