Education

ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା,

କଣ୍ଟାମାଳ: -୧୨/୪/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ଦେବାପାଇଁ ଦ୍ଵିତୀୟ ବର୍ଷର ଛାତ୍ରୀ ନିକିତା ଦାସଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସଭାରେ ମୁଖ୍ୟ ଅତିଥିଭାବେ କଲେଜର ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ କୁମାର ସାହୁ ଯୋଗଦେଇ ଜୀବନରେ ଅନେକ ବିଦାୟପର୍ବ ରହିଛି, ଏହି ଅବସରରେ ସମସ୍ତେ ବଡ଼ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବା ପାଇଁ ପରାମର୍ଶ ସହ ଶୁଭ ବିଦାୟକାମନା କରିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଗିରିଧର ଦେହୁରୀ,ଅଧ୍ୟାପକ ସୁବାସ ବାରିକ ହୃଷିକେଶ ଭୋଇ, ସୁନିଲ ଗୁରୁ,ଅଧ୍ୟାପିକା ମଧୁସ୍ମିତା ଭୋଇ, ଗୀତାଞ୍ଜଳି ରଣା, ସ୍ୱାଗତିକା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କ ଉତ୍ତୋରତ୍ତର କାମନା କରିଥିଲେ।ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧିତ କରି ବିଦାୟ ଦିଆଯାଇଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button