Education

ଛାତ୍ରଙ୍କୁ ମାଡ଼ ମାରି ଶିକ୍ଷୟତ୍ରୀ ମୁଣ୍ଡ ଫଟାଇ ଥିବା ଘଟଣାରେ ବିଦ୍ୟାଳୟ ସମ୍ମୁଖରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଧାରଣ ।


Report-ଦୀପ୍ ନାରାୟଣ ଷଡଂଗୀ ସମର୍ଥ ନ‍୍ୟୁଜ୍ ଢେଂକାନାଳ

 

– ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ନୋଡାଲ ଉପ୍ରା ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ଜଣେ ଛାତ୍ରଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେବା ଏବଂ ରକ୍ତାକ୍ତ ସାଟ ଖୋଲି ଲୋଚାଇ ରଖି ପିଲାଙ୍କୁ ଘରକୁ ପଠାଇ ଦେବା ଘଟଣା ରେ ତୁରନ୍ତ ମାଡ଼ ମାରିଥିବା ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ଦାବୀ କରି ବିଦ୍ୟାଳ ସମ୍ମୁଖରେ ଆହତ ଛାତ୍ରର ପରିବାର ଓ ସମ୍ପର୍କୀୟ ସ୍ଥାନିୟ ଲୋକମାନେ ଧାରଣାରେ ବସିଛନ୍ତି । ମାଡ଼ ଘଟଣାରେ ଆହତ ଛାତ୍ରର ଅଭିଭାବକ ସଦର ଥାନାରେ ଲିଖିତ ଅଭିଯୋଗ ଦେବା ସହ ପ୍ରଧାନ ଶିକ୍ଷୟତ୍ରି ଏବଂ ଏ ବିଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ଗତ କାଲି ବିଦ୍ୟାଳୟର ଶିକୟତ୍ରୀ ସଂଧାରାଣୀ କାଣ୍ଡି ୬ଷ୍ଠ ଶ୍ରେଣୀ ଛାତ୍ର ବିମଳ ସିଂଙ୍ଗଙ୍କୁ କୌଣସି କାରଣରୁ ମୁଣ୍ଡକୁ ମାଡ଼ ମାରିବା ଯୋଗୁ ମୁଣ୍ଡରେ ୫ଟି ଷ୍ଟିଚ ପଡିଛି । ଏହା ଶିକ୍ଷୟତ୍ରୀ ଙ୍କ ଆମାନୁସିକ କାର୍ଯ୍ୟ ସମ୍ପର୍କରେ ଆହତ ଛାତ୍ରର ଅଭି ଭାବକ ସଦର ଥାନା ଏବଂ ପ୍ରଧାନ ଶିକ୍ଷକ ଲିଖିତ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟାନୁ ଷ୍ଠାନ ନହେବାରୁ ଆଜି ଆହତ ଛାତ୍ରର ପରିବାର ଓ ସମ୍ପର୍କୀୟ ଏବଂ କିଛି ଗ୍ରାମବାସୀ ବିଦ୍ୟାଳୟ ଗେଟ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ଘଟଣା ସ୍ଥଳରେ ସଦର ପୋଲିସ ଓଡ଼ାପଡ଼ା ଏ ବିଓ ପହଞ୍ଚି ପ୍ରଧାନ ଶିକ୍ଷକ ଓ ଉତ୍ୟକ୍ତ ଲୋକ ମାନଙ୍କ ସହ ଆଲାଚନା ହୋଇଥିଲା । କୌଣସି ସମାଧାନ ହୋଇ ପାରି ନାହିଁ | ଆହତ ଛାତ୍ରର ଅଭିଭାବକ ମାଡ଼ ମାରିଥିବା ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରିବାକୁ ଦାଦୀ କରିଛନ୍ତି ।

Related Articles

Back to top button