ନିଷ୍ଠା – ସମତା ଓ ଅନ୍ତର୍ନିିବେଶୀ ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ଉଦଯାପିତ


ହରଭଙ୍ଗା 🙁 ଚିତ୍ତରଞ୍ଜନ ସିଂହ ) ମଥୁରା ଗ୍ରାମ ପଞ୍ଚାୟତ ହାଇ ସ୍କୁଲ ପରିସରରେ ଗତ ୭ ତାରିଖ ରୁ ଆରମ୍ଭ ହୋଇଥିବା ନିଷ୍ଠା – ସମତା ଓ ଅନ୍ତର୍ନିିବେଶୀ ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ୧୧ତାରିଖରେ ଉଦଯାପିତ ହୋଇଯାଇଅଛି।୫ଟି କ୍ଳଷ୍ଟର ରୁ ପଚାଶ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ହୋଇଥିବା ପ୍ରଶିକ୍ଷଣ ର ଉଦଯାପନୀ ଉତ୍ସବରେ ହାଇ ସ୍କୁଲ ର ପ୍ରଧାନଶିକ୍ଷକ ଦୁଃଖିଶ୍ୟାମ ଗାଇଗୌରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ କାର୍ଯ୍ୟ ନିଷ୍ଠାର ସହିତ କରିବା ପାଇଁ ପରାମର୍ଶ ଦେଇଥିଲେ। ସାଧନ କର୍ମୀ ଭାବେ ବିଜୟ କୁମାର ସାହୁ, ରଜତ ନାଏକ, ପ୍ରଫୁଲ୍ଲ କୁମାର ସେଠୀ,କୁମୁଦ ଚନ୍ଦ୍ର ପ୍ରଧାନ ଓ ରତ୍ନାକର ଦାସ ଯୋଗଦେଇ ସାଧାରଣ ବର୍ଗର ପିଲାମାନଙ୍କ ସହ ବିଶେଷ ଆବଶ୍ୟକ ଥିବା ଭିନ୍ନକ୍ଷମ ପିଲାମାନେ ମଧ୍ୟ ପାଠ ପଢି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବା ପାଇଁ ବିଭିନ୍ନ କୌଶଳ ଓ ବିଭିନ୍ନ ବିଷୟର ଶିକ୍ଷଣ ପଦ୍ଧତି ଆଲୋଚନା କରିବା ସହ ସରକାରଙ୍କ ଲକ୍ଷ୍ୟ ଓ ଯୋଜନା ସମ୍ଵନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭୁବନେଶ୍ୱର ସେଠୀ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନରେ ଆସି କାର୍ଯ୍ୟକୁ ନିଷ୍ଠାପୂର୍ଣ୍ଣ ଭାବେ କରିବା ସହ ସାଧୁ ଉଦ୍ୟମ ପ୍ରତ୍ୟେକ ଶିକ୍ଷକଙ୍କ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥଲେ। ନବ ନିଯୁକ୍ତ ଶିକ୍ଷକ ଶ୍ରୀ ସାକ୍ଷାତ କୁମାର ଦାସ,ଶ୍ରୀ ଆଶୀର୍ବାଦ ଡ଼ାଙ୍ଗ ଓ ମଧୁମିତା ପାଣିଗ୍ରାହୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପେଟିକା ସହ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ପ୍ରଶିକ୍ଷଣ କେନ୍ଦ୍ର ପରିଚାଳକ ଭାବେ ଦାୟିତ୍ଵ ତୁଲାଇଥିବା ହରଭଙ୍ଗା ବ୍ଲକ୍ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଶ୍ରୀ ରଜତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




