ଆମ୍ବଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ।


କଣ୍ଟାମାଳ: -୧୧/୪/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ନବାଗତ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବାପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଆମୂଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଶ୍ରେଣୀ ଶିକ୍ଷୟତ୍ରୀ ରଜନୀ କଅଁରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ପ୍ରଥମେ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଫୁଲଚ଼ନ୍ଦନ ଦେଇ ସ୍ୱାଗତ କରିବା ପରେ ପ୍ରଧାନଶିକ୍ଷକ ବେଦବ୍ୟାସ ପୁଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ସାମ୍ବାଦିକ ସଂଘର ଉପସଭାପତି ପ୍ରଭାତ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଆମ୍ବଗାଁ କ୍ଲଷ୍ଟରର ସିଆରସିସି ଜିତେନ୍ଦ୍ର ବେହେରା ଓ ସମ୍ମାନୀତ ଅତିଥି ଭାବେ ଏସ୍ଏମସି ଉପାଧ୍ୟକ୍ଷା ଶିବାଦିନୀ ସାହୁ ଯୋଗଦେଇ ନବାଗତଙ୍କୁ ବିଦ୍ୟାଳୟର ନିତି ନିୟମ ମାନି ଚଳିବା , ବରିଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନ ଜଣାଇବା ସହିତ ଶିକ୍ଷାଗ୍ରହଣକୁ ନିଜର କର୍ତ୍ତବ୍ୟ ବୋଲି ମନେକରି ଗୁରୁଶିଷ୍ୟ ସମ୍ପର୍କ ରଖିବା ଆଦି ବିଭିନ୍ନ ବିଷୟରେ ଆଲୋକପାତ କରାଇଥିଲେ। ସହକାରୀ ଶିକ୍ଷକ ପ୍ରେମଲାଲ ମହାନ୍ତି ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିବା ସ୍ଥଳେ ଶିକ୍ଷୟତ୍ରୀ ପ୍ରେମଶିଳା ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ।ପରେ ନବାଗତଙ୍କୁ ଆକୃଷ୍ଟ କରିବାପାଇଁ ୭ମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମିଷ୍ଟାନ୍ନ ବଣ୍ଟନ ସହ ନୃତ୍ୟଗୀତ ପରିବେଷଣ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




