Education

ଘଣ୍ଟାପଡ଼ା ହାଇସ୍କୁଲରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ,

କଣ୍ଟାମାଳ: -୧୧/୪/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାସ୍ଥିତ ସମଲେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବାଗତ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ନବାଗତଙ୍କୁ ସ୍କୁଲ ପ୍ରବେଶଦ୍ୱାରରୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ପ୍ରଧାନ ଶିକ୍ଷକ ପିତବାସ ପଣ୍ଡାଙ୍କ ସଭାପତିତ୍ଵରେ ଏକ ସଭାର ଆୟୋଜନ କରାଯାଇଥିଲା। ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନବାଗତଙ୍କୁ ସ୍ୱାଗତ ଭାଷଣ ସହ ଶୁଭେଚ୍ଛା ଜଣାଇଥିଲେ।ଭକ୍ତ ସଭାରେ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡାଙ୍କ ସହ ସହକାରୀ ଶିକ୍ଷକ ସନ୍ତୋଷ ସାହୁ, ଆକାଶ ମେହେର, ସୁବାଷ ସାହୁ, ଲିପୁନ ପ୍ରଧାନ, ଚନ୍ଦ୍ରକାନ୍ତ ବେହେରା, ଶାନ୍ତନୁ ସେଠୀ, ଦୁର୍ଗାଶଙ୍କର ପଣ୍ଡା, ବିଭୁତିଭୂଷଣ ଦୁର୍ଗ,ମୁକେଶ ମଲିକ,ଶିକ୍ଷୟତ୍ରୀ ରସ୍ମିତା ସାହୁ, ସୁପ୍ରଭା ଦେହୁରୀ ପ୍ରମୁଖ ମଞ୍ଚାସିନ ରହି ନବାଗତଙ୍କୁ ବିଭିନ୍ନ ଦିଗରେ ଉତ୍ସାହିତ କରିବାସହ ଶିକ୍ଷାକ୍ଷେତ୍ରକୁ ମଜଭୂତ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେଖେଳ ଶିକ୍ଷୟିତ୍ରୀ ମନ୍ଦାକିନୀ ବଗର୍ତ୍ତୀ ଧନ୍ୟବାଦ ଦେଇଥିଲେ। ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button