ଉମାର ରୂପାନ୍ତରିତ ୫-ଟି ହାଇସ୍କୁଲ ଉଦଘାଟିତ


ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଶିକ୍ଷାର ବିକାଶ ନିମନ୍ତେ ବିଦ୍ୟାଳୟର ଉନ୍ନତିକରଣରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଚାରିଆଡ଼େ ପ୍ରଶଂସା କରାଯାଇଛି l ହେଲେ ବିଦ୍ଯାଳୟମାନଙ୍କରେ ଅଧିକ ଶିକ୍ଷକ ପଦବୀ ସୃଷ୍ଟିକଲେ ପ୍ରକୃତରେ ଶିକ୍ଷାର୍ଥୀ ଉପକୃତ ହୋଇପାରନ୍ତେ ବୋଲି ଶିକ୍ଷାବିତଙ୍କ ମତ ପ୍ରକାଶ ପାଇଛି l ଶନିବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ଉମା ପଞ୍ଚାୟତର ଉମା ସରକାରୀ ଉଚ୍ଚ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ୫-ଟି ବିଦ୍ୟାଳୟ ଭାବେ ରୂପାନ୍ତରିତ କରାଯାଇଥିବା ବେଳେ ଆଜି ଭିଡିଓ କନଫରେନ୍ସି ଜରିଆରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି l ଏହି ଅବସରରେ ବିଦ୍ୟାଳୟରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ସାହୁ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଉମା ସରପଞ୍ଚ ଦୌଲଥ ପାଣ୍ଡେ ଯୋଗ ଦେଇଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଆଲୁମିନି କମିଟି ସଦସ୍ୟ, ପୁରାତନ ଛାତ୍ରଛାତ୍ରୀ, ଏବଂ ସମସ୍ତ ୱାର୍ଡ ସଭ୍ୟ ଉପସ୍ଥିତଥିଲେ l ବିଦ୍ୟାଳୟ ରୂପାନ୍ତରିତ ହୋଇଥିବାରୁ ବିଦ୍ୟାଳୟରେ ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର, ଇ-ଲାଇବେରୀ, ସ୍ମାର୍ଟ୍ କ୍ଲାସ ରୁମ, ସ୍ମାର୍ଟ୍ ବୋର୍ଡ଼, ଆକର୍ଷଣୀୟ ବେଞ୍ଚ୍ , ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉଭୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ବଚ୍ଛ ଶୌଚାଳୟ, ବିଭିନ୍ନ କ୍ରୀଡ଼ା ସାମଗ୍ରୀ, ସାଂସ୍କୃତିକ କାର୍ଯ୍ୟକଳାପର ବିକାଶ ଆଦି ହୋଇଅଛି ଏବଂ ବିଦ୍ୟାଳୟ ମାନଙ୍କରେ ସୁନ୍ଦର ବାତାବରଣ ସୃଷ୍ଟି କରାଯାଇଅଛି l ଉଭୟଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କର ସମନ୍ୱିତ ବିକାଶରେ ସହାୟକ ହୋଇ ପାରିବ ବୋଲି ଛାତ୍ରଛାତ୍ରୀ ଉତ୍ସାହିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି l
କଣ୍ଟାମାଲ ରୁ ତରଣୀସେନ ଦଳବେହେରା ସମର୍ଥ news




