Education

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଓ.ଭି.ଇ.ପି ଦିବସ ଖୁବ୍ ଆଡମ୍ବରଭାବେ ପାଳନ

୨୭/୦୩ (ଗୁରୁବାର) ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଓ.ଭି.ଇ.ପି ଦିବସ ଖୁବ୍ ଆଡମ୍ବରଭାବେ ପାଳନ କରାଯାଇଛି l ଏହି ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ସଦର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ରାଉତ, ମୁଖ୍ୟ ବକ୍ତାଭାବେ ଉପସ୍ଥିତ ଥିଲେ ସଦର ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଓ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁ କମିଟିର ସଭାପତି ଖୁର୍ଷିଦା ବେଗମ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ସି.ଆର.ସି.ସି ମୁକ୍ତାଦେଇପୁର ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡା l ସକାଳ ପ୍ରାୟ ୧୦ଘଟିକା ସମୟରେ ବିଦ୍ୟାଳୟର ଓ.ଭି.ଇ.ପି କ୍ଲବ କୁ ଓ.ଭି.ଇ.ପି ପାଇଁ ଉର୍ଦ୍ଧିଷ୍ଟ ଏକ ସ୍ଥାନରେ ଫିତା କାଟି ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି l ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ଅତିଥିମାନଙ୍କ ସଭା ଗୃହକୁ ପ୍ରବେଶ ହୋଇଥିଲା l ବିଦ୍ୟାଳୟ ଶିକ୍ଷାରେ ଓ.ଭି.ଇ.ପି ର ଲକ୍ଷ, ଉଦ୍ଦେଶ୍ୟକୁ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ମଞ୍ଚାସିନ ଅତିଥିଗଣ l ଏହାପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଗତ ୧୯.୦୨ ରିଖ ବୁଧବାର ହୋଇଥିବା ବିଭିନ୍ନ ବିଭାଗକୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ବିଜୟ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା l ସାଂସ୍କୃତିକ ଏବଂ ପାରମ୍ପରିକ ବେଶବୁଷାରେ ପିଲାମାନଙ୍କର ନୃତ୍ୟ ପରିବେଷଣ ଖୁବ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ନିର୍ଦ୍ଦେଶନା ତଥା ସଭାପତିତ୍ୱରେ ସମସ୍ତ କାର୍ଯ୍ୟର ଯୋଜନା ପ୍ରସ୍ତୁତି ହୋଇଥିବା ବେଳେ ବିଦ୍ୟାଳୟ ଓ.ଭି.ଇ.ପି କ୍ଲବ ଅନ୍ତର୍ଭୁକ୍ତ ଶିକ୍ଷକ ଦୁଷ୍ମନ୍ତ କୁମାର ସାହୁ, ଜୟନ୍ତୀ ବେହେରା ଓ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଶର୍ମିଷ୍ଠାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା l ଏଥିସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ କାର୍ଯ୍ୟକ୍ରମଟି ସୁନ୍ଦର ଓ ସୁ-ବ୍ୟବସ୍ଥିତ ହୋଇପାରିଥିଲା l

ସୂଚନା ଥାଉ କି ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି ଦ୍ୱାରା ପରିକଳ୍ପିତ ଏହି କାର୍ଯ୍ୟକ୍ରମ ସମଗ୍ର ବିଶ୍ୱରେ କାର୍ଯ୍ୟକାରୀ ହେଉଛି l ଅଲମ୍ପିକ୍ ର ମୂଳ ମୂଲ୍ୟବୋଧ ବନ୍ଧୁତା, ସମ୍ମାନ ଓ ଉତ୍କର୍ଷତା ଆଦିକୁ ପିଲାମାନଙ୍କ ଭିତରେ ପ୍ରସ୍ଫୁଟିତ କରିବାପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଆମ ଦେଶ ଭାରତର ସମସ୍ତ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଓ.ସେ.ପା ଦ୍ୱାରା ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିଛି l

Related Articles

Back to top button