Education

ବିଦ୍ୟାଧର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନେଳିଆ ପଞ୍ଚାୟତ ର ବିଦ୍ୟାଧର ପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୪୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରି ମୌସୁମୀ ମହାନ୍ତି ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବଡ଼ଚଣା ବ୍ଲକ ସହ ଶିକ୍ଷାଧିକାରୀ ଆର୍ତ୍ତତ୍ରାଣ ପୃଷ୍ଟି,ବଡ଼ଚଣା ବ୍ଲକ ଶିକ୍ଷକ ସଂଘ ସଭାପତି ସନ୍ତୋଷ କୁମାର ଜେନା,ପୂର୍ବତନ ସି ଆର୍ ସି ନାରାୟଣ ପ୍ରଧାନ, ରଶ୍ମିରଞ୍ଜନ ଷେଣ୍ଢ,ଶିକ୍ଷାବିତ୍ ମାନସ ରଞ୍ଜନ ଦାସ,ଆକାଶ ବେହେରା,ଅଜୟ ନାଥ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ମଞ୍ଚଷିନ ଅତିଥି ମାନଙ୍କୁ ସ୍ଵାଗତ କରିବା ପରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ନନ୍ଦ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଉତ୍ସବ ରେ ମୁଖ୍ୟ ଅତିଥୁ ଓ ସମ୍ମାନିତ ଅତିଥ୍ ଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା, ସଚେତନତା ଓ ସମୟାନୁବର୍ଷିତା ସହ ଭଲ ପାଠ ପଢି ଜୀବନରେ ଭଲ ମଣିଷ ଭାବରେ ନିଜକୁ ଗଢି ତୋଳିବାକୁ ପରାମର୍ଶ ପ୍ରଦାନ କରିଥିଲେ। ବାର୍ଷିକ ଉତ୍ସବ ପୂର୍ବରୁ ବିଦ୍ୟାଳୟ ର ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବିଦ୍ୟାଧର ପୁର ଗ୍ରାମବାସୀ ଙ୍କ ପକ୍ଷରୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାରେ ଉକ୍ତ ବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ କରିବା ପାଇଁ ଲିଖିତ ଆବେଦନ କରିଛନ୍ତି।

Related Articles

Back to top button