ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ “କିଶୋର ନ୍ୟାୟ ଯତ୍ନ ଓ ସୁରକ୍ଷା ଆଇନ ସଭା ଅନୁଷ୍ଠିତ


ଅଦ୍ୟ ତା. ୨୦/୦୨/୨୦୨୫ ରିଖ ଗୁରୁ ବାର ଦିନ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ “କିଶୋର ନ୍ୟାୟ ଯତ୍ନ ଓ ସୁରକ୍ଷା ଆଇନ” ସଚେତନତା ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା l ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ଅତିରିକ୍ତ ଜିଲ୍ଲା ଏବଂ ଦୌରା ବିଚାରପତି ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରି ଙ୍କ ସହଯୋଗ ରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଏବଂ ଦୌର ବିଚାରପତି, କୋଦଳା. ଶ୍ରୀଯୁକ୍ତ ବିଶ୍ଵରଞ୍ଜନ ବେହେରା ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ଆଚାର୍ଯ୍ୟ ଏ ଆଇନ କିଭଳି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ର ବାର୍ତ୍ତା ସୃଷ୍ଟି କରିପାରିବ ସେ ବିଷୟରେ ବର୍ଣ୍ଣନା କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି କିଶୋର ନ୍ୟାୟ ଓ ଯତ୍ନ ସମ୍ପର୍କରେ ଉପସ୍ଥାପନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଲୋକ ଅଭି ଯୋଜକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁ, ସମ୍ପାଦକ ଓକିଲ ସଂଘ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ସାହୁ, ବରିଷ୍ଠ ଆଇନ ଜୀବି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ଶ୍ରୀଯୁକ୍ତ ଭଗବାନ ହୋତା ଆଦି ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ l ଆଜିର କାର୍ଯ୍ୟ କ୍ରମ ରେ ଅନେକ ଆଇନ ଜୀବି, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଯୋଗ ଦାନ କରି କାର୍ଯ୍ୟ କ୍ରମ କୁ ସଫଳ କରାଇଥିଲେ l ପରି ଶେଷରେ ଅଧ୍ୟାପିକା ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ସମାପ୍ତ କରାଗଲା l




